ପାତ୍ରପୁର — ଅର୍ଣ୍ଣବ୍ ବାତ୍ୟାରେ ପ୍ରଭାବିତ ବନ୍ୟାଜଳ ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥିବା ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତ ଜାମୁଗଣ୍ଡା ଗ୍ରାମର ଜଣେ ଗର୍ଭବତୀଙ୍କୁ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଛି। ଗର୍ଭବତୀ ଜଣକ ପ୍ରସବ ବେଦନାରେ ଛଟପଟ ହେଉଥିବା ଖବର ପାଇ ଓଡ୍ରାଫ୍ ଟିମ୍ ତୁରନ୍ତ ସେଠାରେ ପହଞ୍ଚିଥିଲା। ମହେନ୍ଦ୍ରତନୟା ନଦୀରେ ପ୍ରଖର ସ୍ରୋତ ଥିବା ସତ୍ତ୍ୱେ ଓଡ୍ରାଫ୍ ଯବାନ ମାନେ ସତର୍କତାର ସହ ଗର୍ଭବତୀଙ୍କୁ ନଦୀ ପାର କରାଇଥିଲେ। ପରେ ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଓଡ୍ରାଫ୍ ଟିମ୍ ର ତ୍ୱରିତ ପଦକ୍ଷେପ ଯୋଗୁଁ ଗର୍ଭବତୀଙ୍କୁ ସମୟୋଚିତ ଚିକିତ୍ସା ମିଳିପାରିଛି। ଏହି ମାନବିକ ପଦକ୍ଷେପ ପାଇଁ ସ୍ଥାନୀୟ ଲୋକେ ଓଡ୍ରାଫ୍ ଟିମ୍କୁ ପ୍ରଶଂସା କରିଛନ୍ତି।
