ଚିକିଟି — ପୁରପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ଶିଶୁ ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପରିସ୍ଫୁଟନ, ସୃଜନ ଶୀଳତାର ବିକାଶ ଓ ବୌଦ୍ଧିକ ଦକ୍ଷତା ର ଅଭିବୃଦ୍ଧି ପରିପ୍ରକାଶ ଲକ୍ଷ୍ୟରେ ଏହି ବ୍ଲକ ଅନ୍ତର୍ଗତ ମାଉନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କେ. ନୂଆଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ‘୨୦୨୬’ ଗତ ଗୁରୁବାର ଦିନ ଏକ ବର୍ଣ୍ଣିତ ପରିବେଶ ମଧ୍ୟରେ ଅନୁଷ୍ଟିତ ହୋଇସାରିଛି। ଏଥିରେ କ୍ଲଷ୍ଟର ଅନ୍ତର୍ଗତ ସାତଟି ବିଦ୍ୟାଳୟ ମଧ୍ୟରୁ ୧୨୦ ଜଣ ଛାତ୍ରଛାତ୍ରୀ ଭିନ୍ନ ଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ନିଜ ନିଜର କୃତିତ୍ଵ ପ୍ରଦାନ କରିଥିଲେ।

ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସଞ୍ଜୟ କୁମାର ବିଷୋୟୀ ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଚିକିଟି ଗୋଷ୍ଟି ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପନ୍ନଗ ଭୂଷଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପି ଏମ ଶ୍ରୀ ନୋଡାଲ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋପାଳ ମହାକୁରୁମ୍, ନୂଆଗାଁ ୟୁ ପି ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୌତମ ପ୍ରଧାନ, ମାଉନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ସାହୁ ଓ କ୍ଲଷ୍ଟର ସି ଆର ସି ସି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମାଝୀ ମହୋଦୟ ଶିଶୁ ମାନଙ୍କ ର ମୌଖିକ ତଥା ବୌଦ୍ଧିକ ବିକାଶରେ ‘ସୁରଭି’ ଏକ ମଞ୍ଚ ଯୋଗାଇ ଦେଇଥିବା ଉପରେ ଗୁରୁତ୍ୱାରୋପ ରଖି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ସି ଆର ସି ସି ମହୋଦୟ ଶିଶୁ ମାନଙ୍କ ର ସୃଜନ ଶୀଳତାର ବିକାଶ ଦିଗରେ ‘ସୁରଭି’ କାର୍ଯ୍ୟକ୍ରମ ସର୍ବଦ ବନ୍ଦନୀୟ ବୋଲି ମତ ରଖିଥିଲେ। ମଞ୍ଚାସୀନ ଅତିଥି ମାନେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କେ.ନୂଆଗାଁ କ୍ଲଷ୍ଟର ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ପ୍ରୀୟଙ୍କା ପ୍ରଧାନ, ଟି. ସନ୍ଧ୍ୟାରାଣୀ , ରାମନାଥ ସେଠୀ, ରଞ୍ଜନ ସେଠୀ,ସୁଶାନ୍ତ କୁମାର ନାୟକ, ଜାଗିଲି ପ୍ରଧାନ, ସୂର୍ଯ୍ୟ ନାରାୟଣ ଦାସ, ହିମାଂଶୁ ବେଜ ଓ ଧନ୍ଵନ୍ତରି ସେଠୀ ସହଯୋଗ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଅର୍ଜୁନ ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଦୀପ ସେଠୀ ପ୍ରତିଯୋଗିତା ପରିଚାଳନାରେ ପୂର୍ଣ୍ଣ ସହେଯାଗ କରିଥିଲେ।ସନ୍ତୋଷ କୁମାର ପଣ୍ଡା ଅତିଥି ସତ୍କାର ଓ ସୁରେନ୍ଦ୍ର ନାଥ ସେଠୀ ଶାନ୍ତି ଶୃଙ୍ଖଳା ଦାୟିତ୍ୱ ତୁଲାଇଥିବା ବେଳେ ସି ଆର ସି ସି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ବେହେରା ସହଯୋଗ କରିଥିବା ବେଳେ ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

