ହିଞ୍ଜିଳିକାଟୁ : ପୂଜା ପର୍ବରେ ବେଆଇନ ଚାନ୍ଦା ଆଦାୟକୁ ନେଇ ଫିଲ୍ମ ”ଆଜିଠୁ” I ପାର୍ବଣ ଋତୁର ପ୍ରାରମ୍ଭରେ ପ୍ରତ୍ୟକ ଅଂଚଳରେ ପୂଜାର୍ଚନାରେ ମାହୋଲ ସରଗରମ ରହିଛି I ଭିନ୍ନ ଭିନ୍ନ ପ୍ରକାରର ମେଢ଼ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ଦେବଦେବୀଙ୍କ ମେଢ଼ I ୟାରୀ ଭିତରେ କେଉଁଠି ବେଆଇନ ଜବରଦସ୍ତ ଚାନ୍ଦା ଆଦାୟ ହେଉଛି ତ ଆଉ କେଉଁଠି ଚାନ୍ଦା ଟଙ୍କା ମଦମାଂସରେ ଉଡୁଛି I ତାକୁ ନେଇ ପ୍ରସ୍ତୁତ ହେଉଛି ଫିଲ୍ମ ଆଜିଠୁ I ପାର୍ବଣ ଋତୁରେ ଲୋକଙ୍କୁ ସଚେତନ କରିବା ସହ ଏଭଳି ଘୁର୍ଣ୍ୟ କାମ କରୁଥିବା ଅସାମାଜିକ ଲୋକଙ୍କୁ ଅନୁତପ୍ତ କରାଇବା ପାଇଁ ଅଂଚଳର ଯୁବକ ଗୋଷ୍ଟି ଏକ ଛୋଟ ପ୍ରୟାସ କରିଛନ୍ତି I ଚଳଚିତ୍ରଟି ଆଗାମୀ ଦୀପାବଳିରେ ରିଲିଜ ହେବାକୁ ଥିବା ବେଳେ ୫-୬ ଦିନ ହେବ ହିଞ୍ଜିଳି,କୁକୁଡାଖଣ୍ଡି,ଦିଗପହଣ୍ଡି ବ୍ରହ୍ମପୁର ସମେତ ବିଭିନ୍ନ ଅଂଚଳରେ ସୁଟିଙ୍ଗ କରାଯାଉଛି I ଚଳଚିତ୍ରରେ ଅଭିନୟ କରିଥିବା ୨-୩ ଜଣ ଅଭିଜ୍ଞ ଅଭିନେତା ଅଭିନେତ୍ରୀ ଅଭିନୟ କରିଥିବା ବେଳେ ବାକି ସମସ୍ତେ ଅଂଚଳର ନୂତନ ଭାବେ ଅଭିନୟ କରିଛନ୍ତି I ମୋ ଫିଲ୍ମ ପ୍ରଡକ୍ସନରେ ନିର୍ମାଣ ହୋଇଥିବା ”ଆଜିଠୁ” ଆଗାମୀ ଦୀପାବଳିରେ ରିଲିଜ ହେବାକୁ ଥିବା ଚଳଚିତ୍ରର ପ୍ରଯୋଜନା ଭାର ଯୁବ ସାମ୍ବାଦିକ ପପୁ ରଣା ନେଇଥିବା ବେଳେ ନିର୍ଦ୍ଦେଶନା ଭାର ବିନୋଦ ପାତ୍ର ଏବଂ ଚିତ୍ରତୋଲନ ଦାଇତ୍ୱ ଦୀପକ ରଣା ତୁଲାଇଛନ୍ତି I ସହନିର୍ଦ୍ଦେଶନା ସହ ବିଭିନ୍ନ ଦାଇତ୍ୱ ଭେଂକେଟ ରେଡି,ସଚିନ,ଶୁଭମ,ନବୀନ,ଆକାଶ ସମସ୍ତେ ସହଯୋଗ କରିଥିଲେ I ଅଂଚଳର କଳା ଓ ସଂସ୍କୃତି ସାଙ୍ଗକୁ ଲୋକଙ୍କ ସଚେତନତା ଚଳଚିତ୍ରରେ ପ୍ରାଧାନ୍ୟ ଦିଆଯାଇଛି I

