ଅର୍ଣ୍ଣବ ର ଦୀର୍ଘ ତିନିଦିନ ର ଜଳବନ୍ଦୀ ପରେ ନିଷ୍କାସନ ହୋଇଛି ବନ୍ୟା ଜଳ ସ୍ୱାଭାବିକ ହେଉଛି ଖଲ୍ଲିକୋଟ ବ୍ଲକ ର ଦୁଇଟି ଜଳ ବନ୍ଦୀ ଗ୍ରାମ ବଡ଼ରାମ ପଲ୍ଲୀ ବନ୍ୟା ଦୁର୍ଗତ ଙ୍କ ଜୀବନ ଧାରଣ |ପ୍ରଶାସନ ର ତତ୍ପରତା ପରେ ଗ୍ରାମ ରେ ପହଂଚିଛି ବିଜୁଳି ପିଇବା ପାଣି ଓ ଗୋ ଖାଦ୍ୟ ସମେତ ସାରା ଗ୍ରାମ ର ପ୍ରାୟ 750 ଜଣ ଭୋକିଲା ପଡ଼ିବାର କୁ ମିଳିଛି ରନ୍ଧା ଖାଦ୍ୟ |ବ୍ଲକ ପ୍ରଶାସନ ର ସମସ୍ତ ଅଧିକାରୀ ଓ ଆର ଆଇ ଆଶା ଆଗନବାଡି କର୍ମୀ ବାତ୍ୟାକ୍ଲୀଷ୍ଟ ନଲ ପାଖରେ ପହଂଚି ବୃଦ୍ଧ ଭିନ୍ନକ୍ଷମ ମହିଳା ଶିଶୁ ଙ୍କ ସ୍ୱାସ୍ଥ୍ୟବସ୍ଥା |ସେହିପରି ଜଳ ନିଷ୍କାସନ ପରେ ଇକ୍ତ ଫୁଇ ଗ୍ରାମ କୁ ସ୍ୱାଭାବିକ ହେଉଛି ଗମନାଗମନ ସ୍ଥିତି |

ତେବେ ବନ୍ୟା ଦୁର୍ଗତି ମାନେ ଚୁଡା ଗୁଡ଼ ଚାଉଳ ବିସ୍କୁଟ ଗୋ ଖାଦ୍ୟ ପଭୃତି ସାମଗ୍ରୀ ନେବା ଭିଡ଼ ଜମିଥିବା ବେଳେ ଗ୍ରାମ ର ଳୋକ ମାନେ କୋମଣ୍ଡ ସ୍କୁଲ ରେ ମଧ୍ୟ କେତେ ଆଶ୍ରୟ ନେଇଛନ୍ତି |

ପ୍ରତି ବର୍ଷ ଖଲ୍ଲିକୋଟ ବ୍ଲକ ର ଉକ୍ତ ଦୁଇଟି ଗ୍ରାମ ର ଳୋକ ମାନେ ବନ୍ୟା ର ଶିକାର ହେଉଥିବା ବେଳେ ଏହି ବାତ୍ୟା ପ୍ରବଣ ଗ୍ରାମ ରେ ବାତ୍ୟା ଆଶ୍ରୟ ସ୍ଥଳୀ ନାହିଁ |ବର୍ତମାନ ବ୍ଲକ ରେ 26 ଗୋଟି ବାତ୍ୟା ଆଶ୍ରୟ ସ୍ଥଳୀ ଥିବା ବେଳେ ଏହି ଦୁଇ ଗ୍ରାମ ରେ ଦୁଇଟି ଉଚ୍ଚ କ୍ଷମତା ବିଶିଷ୍ଟ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ର ଦୃଷ୍ଟ ଆକର୍ଷଣ କରାଯାଇଛି |ତେବେ କୋମଣ୍ଡ ର ଗୋଦାବରୀଶ ବିଦ୍ୟାପୀଠ ରେ ପାଣି ଜମି ରହିଥିବା ବେଳେ ବିଳାସପିର ଗ୍ରାମ ରେ ଥିବା ସ୍କୁଲ ରେ ମଧ୍ୟ ଏବେବି ଶ୍ରେଣୀ କକ୍ଷ ରେ ପାଣି ଜମି ରହିଛି |

ତେବେ ଶିକ୍ଷକ ମାନେ ବଡ଼ ଚକଡା ଓ ଛୋଟବସା ଦେଇ ଆସୁଥିବା ପ୍ରକାଶ କରିଛନ୍ତି |ତେବେ ଆଗାମୀ 3 ତାରିଖ ପର୍ଯ୍ୟନ୍ତ ସ୍କୁଲ ସବୁ ଛୁଟି ଘୋଷଣା ହୋଇଛି |ଅର୍ଣ୍ଣବ ର ଦୁଖଃଦ ବିଦାୟ ପରେ ପୁଣି ମୁରସୁ ନାମକ ଲଘୁଚାପ ଜନିତ ବାତ୍ୟା ର ଆଗମନ ନେଇ ସୂଚନା ପରେ ପୁଣି ପ୍ରଶାସନ ଓ ଚାଷୀ ଓ ବନ୍ୟାକ୍ଲୀଷ୍ଟ ଙ୍କ ଚିନ୍ତା ବଢ଼ିବାରେ ଲାଗିଛି |

ବନ୍ୟା ଦୁର୍ଗତି ଅଞ୍ଚଳ କୁ ଟ୍ରାକ୍ଟର ଯୋଗେ ବନ୍ୟା ଜଳ ଅତିକ୍ରମ କରି ଖଲ୍ଲିକୋଟ ମର୍ଦରାଜ ସାଂସ୍କୃତିକ ପରିଷଦ ର କର୍ମକର୍ତା ମାନେ ଖଲ୍ଲିକୋଟ ବ୍ଲକ ବିଳାସପୁର ଓ ବଡ଼ରାମପଲ୍ଲୀ ରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ |ରବିବାର ଦିନ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ ଓ ରାଜ୍ୟ ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଜିଲ୍ଲା ସମ୍ପାଦକ ଯଜ୍ଞ ନାରାୟଣ ଦାଶ ଓ ଜିଲ୍ଲା ବିଜେପି ଯୁବ ନେତା ଓ ଜିଲ୍ଲା ଉପ ସଭାପତି ଅରୁଣ ଖୁଣ୍ଟିଆ ଯୁବ ମୋର୍ଚା ସଭାପତି ଅଜିତ କୁମାର ପଣ୍ଡା ଖାଦ୍ୟ ସାମଗ୍ରୀ ନେଇ କଜଲ୍ଲିକୋଟ ବ୍ଲକ ର ବିଳାସପୁର ଓ ଗଠିଆଲୀ ଗ୍ରାମ ଙ୍କୁ ଯାଇ ବନ୍ୟା ଦୁର୍ଗତି ମାନଙ୍କୁ ରିଲିଫ ପ୍ରଦାନ କରିଥିଲେ | ଖଲ୍ଲିକୋଟ ରୁ ମାଧବ ବେଜେରା ଙ୍କ ରିପୋର୍ଟ


