You are currently viewing ବିଶ୍ଵନାଥ ସ୍ୱାଇଁ ସ୍ମୃତି ସଂସଦ ପକ୍ଷରୁ ବରିଷ୍ଠ ନାଗରିକ ଓ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧନା
ବିଶ୍ଵନାଥ ସ୍ୱାଇଁ ସ୍ମୃତି ସଂସଦ ପକ୍ଷରୁ ବରିଷ୍ଠ ନାଗରିକ ଓ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧନା

ନାଚୁଣୀ
ତା୧୬/୧୧ ଚିଲିକା ବ୍ଳକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ପ୍ରତିଷ୍ଠିତ ବିଶ୍ୱନାଥ ସ୍ୱାଇଁ ସ୍ମୃତି ସଂସଦ ପକ୍ଷରୁ ସମାଜସେବୀ ବିଶ୍ଵନାଥ ସ୍ୱାଇଁଙ୍କ ଏକାଦଶଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ସ୍ୱର୍ଗତ ସ୍ୱାଇଁଙ୍କର ସୁପୁତ୍ର ତଥା ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଙ୍କ ପୃଷ୍ଠପୋଷକତାରେ ଏବଂ ଅନୁଷ୍ଠାନ ର ସ୍ଥାୟୀ ସଭାପତି ଡ଼ଃ ମଧୁସୂଦନ ସେନାପତିଙ୍କ ସଭାପତିତ୍ୱରେ ବରିଷ୍ଠ ନାଗରିକ ମାନଙ୍କୁ ଉତ୍ତରୀୟ ଓ ଶୀତ ବସ୍ତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ର ପ୍ରାକ୍ତନ ନଗରପାଳ ସୁବାସ ଚନ୍ଦ୍ର ପଣ୍ଡା, ମୁଖ୍ୟ ବକ୍ତା ଭାବେ ସ୍ୱନାମଧନ୍ୟ ପ୍ରବକ୍ତା କିଶୋର ଚନ୍ଦ୍ର ଭଞ୍ଜ , ସମ୍ମାନିତ ଅତିଥି ରୂପେ ଡାକ୍ତର ପ୍ରକାଶ ଚନ୍ଦ୍ର ନନ୍ଦ, ଶ୍ରୀ ଅରବିନ୍ଦପୂର୍ଣାଙ୍ଗବିଦ୍ୟାଳୟ, ବଡ଼ କୂଳ ର ଅଧ୍ୟକ୍ଷ ଲକ୍ଷ୍ମୀଧର ବେହେରା, ବୋଲଗଡ଼ର ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଚରଣ ବେହେରା, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବେହେରା, ଖୋର୍ଦ୍ଧା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସମ୍ପାଦକ ପ୍ରସନ୍ନ କୁମାର ଶ୍ରୀଚନ୍ଦନ, ବୋଲଗଡ଼ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଶୈଲେନ ପଟ୍ଟନାୟକ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା ଓ ପ୍ରଦୀପ କୁମାର ସୁନ୍ଦରାୟ, କ୍ଷେତ୍ରମୋହନ ରଣା,ବେଗୁନିଆ ଗ୍ରାମ୍ୟ କମିଟି ର ସଭାପତି ମାୟାଧର ମାର୍ଥା, ଉପସଭାପତି ଅନ୍ତର୍ଯ୍ୟାମୀ ସାହୁ, ବେଗୁନିଆ ର ବିଶିଷ୍ଟ ସମାଜସେବୀ ଭବାନୀ ଶଙ୍କର ଜୟସିଂହ,ସାନପଦର ସ୍ଥିତ ଭକ୍ତ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ବିଜୟ କୁମାର ସାହୁ,ଦୁର୍ଗା ପ୍ରସାଦ ସୁବୁଦ୍ଧି, ଅସରଳା ସ୍ଥିତ ହରିହର ଉଚ୍ଚ ବିଦ୍ୟାପୀଠ ର କ୍ରୀଡା ଶିକ୍ଷକ ଭଗବତ ପ୍ରସାଦ ପାଣ୍ଡେ , ଶିଶୁ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ପ୍ରଧାନଶିକ୍ଷକ ଭିକାରୀ ପୁଷ୍ଟି, ପ୍ରାକ୍ତନ ଶିକ୍ଷକ ଭାଗିରଥି ସ୍ୱାଇଁ,
ନାଚୁଣୀ ସ୍ଥିତ ଟୁଇଟ ବାର୍ଡ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ଦାସ ଯୋଗଦାନ କରି ସ୍ୱର୍ଗତ ସ୍ୱାଇଁଙ୍କର ସମାଜ ପ୍ରତି ଥିବା


ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଗୁଣଗାନ କରିଥିଲେ। ଏହି ଅବସର ପୂର୍ବାଅନୁଷ୍ଠିତ କ୍ରୀଡା, ଦଳୀୟ ଓ ଏକକ ନୃତ୍ୟ,କଣ୍ଠ ସଙ୍ଗୀତ, ଚିତ୍ରାଙ୍କନ, ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ୬ଟି ବିଦ୍ୟାଳୟ ର ୯୨ଜଣ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରି ଯାଇଥିଲା।ବିଚାରକ ରୂପେ ସାମ୍ବାଦିକ ପ୍ରଦୋଷ କୁମାର ଦାସ, ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପଣ୍ଡା,ଶରତ ସ୍ୱାଇଁ ଓ ରାଜୀବ ପ୍ରଧାନ କାର୍ଯ୍ୟ ସମ୍ପାଦନ କରିଥିଲେ। ପିଚୁକୁଳି ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଶିକ୍ଷକ ପ୍ରଫୁଲ୍ଲ କୁମାର ସିଂହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ପରିଶେଷରେ ସ୍ୱର୍ଗତ ସ୍ୱାଇଁଙ୍କର ନାତି ସ୍ୱାଧୀନକେଶରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ବିଜୟ ସ୍ୱାଇଁ, ଫକୀର ସ୍ୱାଇଁ, ସଂଗ୍ରାମ ସ୍ବାଇଁ, ସନ୍ତୋଷ ସ୍ୱାଇଁ,ପ୍ରତାପ ଖୁଣ୍ଟିଆ, ମନୋଜ ବେହେରା ଓ ଉମାକାନ୍ତ ସ୍ୱାଇଁ ସହଯୋଗ କରିଥିଲେ।