ସର୍ବାଧିକ ଭୋଟ ପାଇ ରେକର୍ଡ ସୃଷ୍ଟି କଲେ ତାପସ
ବ୍ରହ୍ମପୁର,୨୬/୩/୨୩: ଗଞ୍ଜାମ ଓକିଲ ସଙ୍ଘ ନିର୍ବାଚନରେ ସର୍ବାଧିକ ୭୧୩ ଭୋଟ ପାଇଁ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହେଲେ ତାପସ କୁମାର ସାହୁ । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଙ୍କୁ ୨୭୬ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି । ନବନିର୍ବାଚିତ ସମ୍ପାଦକ ତାପସ ସାହୁ ନିଜର ବିଜୟ ନେଇ ଗଞ୍ଜାମ ଓକିଲ ସଂଘର ସମସ୍ତ ଆଣିନଜୀବୀଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କ ସହଯୋଗୀଙ୍କୁ ବିଜୟର ଶ୍ରେୟଦେଇଛନ୍ତି । ଉକ୍ତ ନିର୍ବାଚନରେ ଯୁଗ୍ମ ସମ୍ପାଦକପ୍ରାର୍ଥୀ ଭାବେ ୩ଜଣ ଲଢେଇ କରୁଥିଲେ। ୨ଜଣଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି ତାପସ କୁମାର ସାହୁ ।
ତାପସ କୁମାର ସାହୁ ୭୧୩ ସର୍ବାଧିକ ଭୋଟ, ଗିରିଜା ଶଙ୍କର ବେହେରା ୪୩୭ ଓ ଜେ ଶ୍ରୀନିବାସ ମୋଟ୧୭୫ ଭୋଟ ପାଇଥିଲେ । ତାପସ ପ୍ରଥମ ରାଉଣ୍ଡରୁ ହିଁ ଆଗରେ ରହିଥିଲେ । ତାପସ ମୋଟ ୨୭୬ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି । ତାପସଙ୍କ ସର୍ବାଧିକ ୭୧୩ ଭୋଟକୁ ନେଇ
କୋର୍ଟରେ ଏବେ ଚର୍ଚ୍ଚା ଚାଲିଛି । ଏହା ଗଞ୍ଜାମ ଓକିଲ ସଙ୍ଘ ନିର୍ବାଚନର ସମସ୍ତ ରେକର୍ଡ ଭାଙ୍ଗିଥିବା ଜଣାପଡିଛି । ତାପସଙ୍କ ବିଜୟକୁ ନେଇ ତାଙ୍କ ସମର୍ଥକମାନେ କୋର୍ଟ ପରିସରରେ ବାଣ ଫୁଟାଇ ଖୁସି ମନଇଥିଲେ । ବିପୁଳ ସମର୍ଥନ ରହିଥିବାରୁ ଶୋଭାଯାତ୍ରାରେ ଶତାଧିକ ଆଣିନଜୀବୀ ବାଜା ରୋଷଣିରେ ସହର ପରିକ୍ରମା କରିଥିଲେ । ଏହି ବିଜୟ ଶୋଭାଯାତ୍ରାରେ ପ୍ରମିତ୍ ରଞ୍ଜନ ମହାପାତ୍ର, ମଳୟ କୁମାର ଦାଶ, ବି ନଗେଶ୍ୱର ରାଓ, ଜ୍ୟୋତି ରଞ୍ଜନ ସାହୁ,ବାବା ପଟ୍ଟନାୟକ,ନଳିନୀକାନ୍ତ ଦେବଦର୍ଶି,ଅସିତ ସାବତ,ସୂର୍ଯ୍ୟ ନାରାୟଣ ଚୌଧୁରୀ,ରାଜା ରାଓ, ଧୀରେନ ଜେନା, ହୁଶ୍ରୀ ପ୍ରଧାନ,ରାଜେଶ ପଟ୍ଟନାୟକ,ଚନ୍ଦ୍ରଗୁପ୍ତ ପଟ୍ଟନାୟକ,ଜିତେନ୍ଦ୍ର ପ୍ରଧାନ ,ନଦିଆଚାନ୍ଦ ବିଶ୍ୱାଳ, ପଞ୍ଚାନନ ସାବତ, ରଘୁନାଥ ହୋତା, ସୂର୍ଯ୍ୟକାନ୍ତ ସୁବୁଦ୍ଧି,ସନ୍ତୋଷ ପଣ୍ଡା,ପ୍ରବୀଣ ସମେତ ବହୁ ଆଇନଜୀବୀ ସାମିଲ ଥିଲେ ।
