You are currently viewing ବହୁ ପରିମାଣର ବେଆଇନ ବାରୁଦ ନଷ୍ଟ କଲା ଆସିକା ପୋଲିସ, ୩ ଗାଡି ସହ ୪ ଗିରଫ
ବହୁ ପରିମାଣର ବେଆଇନ ବାରୁଦ ନଷ୍ଟ କଲା ଆସିକା ପୋଲିସ, ୩ ଗାଡି ସହ ୪ ଗିରଫ

ଆସିକା,(ଶକ୍ତି ପ୍ରସାଦ କର)୩୧/୮- ନିକଟରେ ଆସୁଥିବା ଦିପାବଳୀ ପର୍ବ ପାଇଁ ବିନା ଲାଇସେନ୍ସରେ ବେଆଇନ ବାରୁଦ ଚାଲାଣ ଅଭିଯୋଗରେ ଆସିକା ପୋଲିସ ୨ ଟି ପିକଅପ ବ୍ୟାନ ଓ ଗୋଟିଏ ବାଇକ ଗାଡି ସହ ୪ ଜଣ ଅଭିଯୁକ୍ତ ଆସିକା ପୋଲିସ ଗିରଫ କରି କୋର୍ଟ ପଠାଇଛି । ଆଜି ଦିନ ପ୍ରାୟ ୧ଘଟଂ ସମୟରେ ପେଟ୍ରୋଲିଙ୍ଗ ବେଳେ ନଳବଟାଂ ଗ୍ରାମ ଛକ ଠାରେ କଟକରୁ ନଳବଟାଂ ଗ୍ରାମକୁ ବାଣ ତିଆରି ପାଇଁ ଆସୁଥିବା ପ୍ରଚୁର ପରିମାଣର ବାଣ ସାମଗ୍ରୀକୁ ପୋଲିସ ଜବତ କରିଥିଲା । ଆସିକା ପୋଲିସ ଗାଡି ଚାଳକ ସମେତ ଦୁଇ ଜଣ ବ୍ୟବସାୟୀ ଓ ଜଣେ ଗ୍ରାହକକୁ ପୋଲିସ ଗିରଫ କରିଥିଲା । ଅଭିଯୁକ୍ତ ମାନେ କଟକ ଜିଲ୍ଲା ଟିଗିରିଆ ଥାନା ଅଧିନ ପାଇକରା ଗ୍ରାମର ହୃଦୟାନନ୍ଦ ନାୟକ(୫୨), ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିନ କେ.ନୁଆଗାଁର ରାଘବ ଚନ୍ଦ୍ର ପାତ୍ର(୩୨), କଟକ ଜିଲ୍ଲା ଟିଗିରିଆ ଥାନା ଅଧିନ ଟିଗିରିଆ ଗଡ ଗ୍ରାମର ସୁରେଶ ଚନ୍ଦ୍ର ସ୍ୱାଇଁ(୪୦) ଏବଂ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିନ ନଳବଟାଂ ଗ୍ରାମର ଦିବାନ ସେଠି (୨୯) ବୋଲି ଜଣାପଡିଛି । ସେମାନଙ୍କ କବଜାରୁ ପୋଲିସ ବ୍ୟବହୃତ ଓ.ଡି ୩୨ ଡି ୩୮୩୨ ଏବଂ ଓ.ଆର ୦୫ ଏ.ଡି ୨୪୧୮ ଦୁଇଟି ଗାଡି ସାଙ୍ଗକୁ ୧୪ ପ୍ୟାକେଟ ସୁରାଖାର( ପୋଟାସିୟମ ନାଇଟ୍ରେଟ) ଯାହାର ପରିମାଣ ଏକ କୁଇଟାଂଲରୁ ଅଧିକ , ୪ଟି ପ୍ୟାକେଟ ଗନ୍ଧକ ଯାହାର ପରିମାଣ ୨ କୁଇଟାଂଲ, ୪୦ କେ.ଜି କୋଇଲା ଗୁଣ୍ଡକୁ ଜବତ କରିଥିଲା । ପୋଲିସ ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧ଘଟଂ ବେଳେ ଅଭିଯୁକ୍ତ ମାନେ ଚାରି ଚକିଆ ଗାଡି ଯୋଗେ ବିସ୍ପୋରକକୁ ସାମଗ୍ରୀକୁ ଚାଲାଣ କରୁଥିଲେ । ଏହି ସମୟରେ ଆସିକା ଥାନା ପୋଲିସ ଏସ.ଆଇ ଜ୍ଞାନ ରଞ୍ଜନ ସେଠି ହାତରେ ଅଭିଯୁକ୍ତ ମାନେ ଧରାପଡିଥିଲେ । ଘଟଣା ସ୍ଥଳରେ ଏସ.ଆଇ ଶ୍ରୀ ସେଠୀ ଅଭିଯୁକ୍ତ ମାନଙ୍କୁ ପଚାରାଉଚାରା କରିଥିଲେ । ସେଠାରେ ସେମାନେ କୈାଣସି ସନ୍ତୋଷଜନକ ଉତର ନ ଦେଇପାରି ନଥିଲେ । ଏହା ସହିତ କୈାଣସି କାଗଜ ପତ୍ର ଦାଖଲ ମଧ୍ୟ କରି ନ ପାରିନଥିଲେ । ତେଣୁ ପୋଲିସର ସନ୍ଦେହ ଘନୀଭୂତ ହୋଇଥିଲା । ପୋଲିସ ଅଧିକ ପଚାରାଉଚାରା କରିବା ପରେ କଟକରୁ ଆସିକାକୁ ବେଆଇନ ଭାବେ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା । ସଂଧ୍ୟାରେ ସମୟରେ ଆସିକା ଝଗଡେଇ ନିକଟ ପାହାଡ ଠାରେ ଛତ୍ରପୁର ବୋମା ନିଷ୍କ୍ରିୟକାରୀ ଦଳ ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ନଷ୍ଟ କରାଯାଇଥିଲା । ଏନେଇ ଆସିକା ଥାନା କେସ ନମ୍ବର–୫୨୪/୨୩, ଦଫା ୨୮୬ ଆଇ.ପି.ସି ଆର. ଡବ୍ଲ୍ୟୁ ସେକ୍ସନ ୫ ଏକ୍ସପ୍ଲୋଜିଭ ଆକ୍ଟରେ ମାମଲା ରୁଜୁ କରି ୪ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନା ମଞ୍ଜୁର ହେବା ପରେ ସମସ୍ତଙ୍କୁ ଆସିକା ସବଜେଲକୁ ପଠାଯାଇଛି ।