You are currently viewing ଇନାମ ବେଲପଡ଼ା ଠାରେ ଅଘଟଣ,ସରକାରୀ ହୋଡିଂରେ ବିଦ୍ଯୁତ ସଂସ୍ପର୍ଶରେ ଆସି ବୃଦ୍ଧ ମୃତ୍ୟୁ
ଇନାମ ବେଲପଡ଼ା ଠାରେ ଅଘଟଣ,ସରକାରୀ ହୋଡିଂରେ ବିଦ୍ଯୁତ ସଂସ୍ପର୍ଶରେ ଆସି ବୃଦ୍ଧ ମୃତ୍ୟୁ

କୋଦଳା (୦୬/୦୯/୨୦୨୩)
ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ଇନାମ ବେଲପଡ଼ା ଠାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ସରକାରଙ୍କ ପକ୍ଷରୁ ମରା ଯାଇଥିବା ଏକ ହୋଡିଂ ତଥା ସୂଚନା ଫଳକ ଲୁହା ଖୁଣ୍ଟ ସଂସ୍ପର୍ଶରେ ଆସି ଜଣେ ଶତାୟୁ ବୃଦ୍ଧ ବ୍ଯକ୍ତି ପ୍ରାଣ ହରାଇଛନ୍ତି। ତେବେ ବିଦ୍ଯୁତ ବିଭାଗର ଖାମଖିଆଲି ତଥା ବେପରୁଆ କାର୍ଯ୍ଯ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଛି। ହୋଡିଂ ଫଳକ ଖୁଣ୍ଟ କୁ ବିଦ୍ଯୁତ ସଂଯୋଗ କିପରି ହେଲା ତାକୁ ନେଇ ଦେଖା ଦେଇଛି ବିବାଦ। ଯାହାକୁ ନେଇ ସ୍ଥାନୀୟ ଲୋକକଂ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି। ବୃଦ୍ଧଙ୍କ ମର ଶରୀରକୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ବ୍ଯବଛେଦ ପାଇଁ ପଠା ଯିବ ବୋଲି ସୂଚନା ମିଳିଛି।ଘଟଣା ସ୍ଥଳରେ କୋଦଳା ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ମୃତ ବୃଦ୍ଧ ଜଣକ ହେଲେ ଇନାମ ବେଲପଡ଼ା ଗ୍ରାମର କନ୍ଧ ରାଉତ ଏବଂ ତାଙ୍କର ବୟସ ୧୦୦ ଟପି ଯାଇଥିଲା ବୋଲି ଗ୍ରାମବାସୀ କହିଛନ୍ତି। ତେବେ ଘଟଣା ସ୍ଥଳରେ ବିଦ୍ଯୁତ ବିଭାଗର କୌଣସି ଅଧିକାରୀ ପହଞ୍ଚି ନଥିବା ଅଭିଯୋଗ ହୋଇଛି। କୋଦଳା ଟାଟା ପାୱାର ର ମନମୁଖୀ କାର୍ଯ୍ଯ ଯୋଗୁଁ ଅକାଳରେ ନିରୀହ ଜୀବନ ଚାଲି ଯାଇଥିବା ବେଳେ ଗତ କିଛି ଦିନ ତଳେ ମଧ୍ୟ ଏଭଳି ଅନେକ ଅଘଟଣ ଘଟି ଜୀବନ ଚାଲି ଯାଇଥିବା ନଜରକୁ ଆସିଛି। ଟାଟା ପାୱାରର ଅବ୍ଯବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ଟାଟା ପାୱାର ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ଘଟଣା ଜାଣି ସୁଦ୍ଧା ଘଟଣା ସ୍ଥଳରେ ନ ପହଞ୍ଚିବାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।