ବେଗୁନିଆପଡ଼ା
ପ୍ରତିବର୍ଷ ନଭେମ୍ବର ୨୬ ତାରିଖ ଅର୍ଥାତ, ସମ୍ବିଧାନ ପ୍ରଣେତା ଡ. ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଦିନକୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସୁମଣ୍ଡଳ ଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ସୁମଣ୍ଡଳ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଶିବ ଶଙ୍କର ବାରିକଙ୍କ ନେତୃତ୍ୱରେ ଏକ ସଭା ଓ ଛାତ୍ରଛାତ୍ରୀଙ୍କ ବକୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସମ୍ବିଧାନ ପ୍ରଣେତା ଡାକ୍ତର ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ସମସ୍ତେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏଥିସହ ବରିଷ୍ଠ ଶିକ୍ଷକ ଏହି ଦିବସ ପାଳନ ଉପରେ ବକ୍ତବ୍ୟ ରଖିଥିଲେ। ସମ୍ବିଧାନ ସଚେତନ ଉଦ୍ଦେଶ୍ୟରେ ଆଲୋଚନା କରାଯାଇଥିଲା। ଛାତ୍ରଚ୍ଛାତ୍ରୀ ମାନକଂ ଦ୍ବାରା ବକୃତା ପ୍ରତିଯୋଗିତା ହୋଇଥିବା ବେଳେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ରବିନ୍ଦ୍ରନାଥ ପଣ୍ଡା, କାର୍ତ୍ତିକ ଡାକୁଆ, ସମାଜସେବୀ ସୁଶୀଲ କୁମାର ବାରିକ, ଜିଆରଏସ୍ ସୀତାରାମ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
