You are currently viewing ତେଜସ୍ୱନୀ ସ୍ବେଛାସେବୀ ଅନୁଷ୍ଠାନ ଦ୍ୱାରା ଡହରୋଡ଼ ସ୍ଥିତି ଚିଦାନନ୍ଦ କୁଷ୍ଠସେବା ଆଶ୍ରମରେ ପବିତ୍ର କାର୍ତ୍ତିକ ସୋମବାରରେ ଶୁଖିଲା ଖାଦ୍ୟ ଫଳ ବଣ୍ଟନ ଏବଂ ହରେ ନାମ କାର୍ଯ୍ୟକ୍ରମ
ତେଜସ୍ୱନୀ ସ୍ବେଛାସେବୀ ଅନୁଷ୍ଠାନ ଦ୍ୱାରା ଡହରୋଡ଼ ସ୍ଥିତି ଚିଦାନନ୍ଦ କୁଷ୍ଠସେବା ଆଶ୍ରମରେ ପବିତ୍ର କାର୍ତ୍ତିକ ସୋମବାରରେ ଶୁଖିଲା ଖାଦ୍ୟ ଫଳ ବଣ୍ଟନ ଏବଂ ହରେ ନାମ କାର୍ଯ୍ୟକ୍ରମ

ଭଞ୍ଜନଗର
ଆଜିର ଏହି ସେବା କାର୍ଯ୍ୟରେ ତେଜସ୍ୱନୀ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଶୂଳପାଣି ଶତପଥି, ଉକ୍ତ ଆନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜିକା ମାହେଶ୍ୱରୀ ତ୍ରିପାଠୀ, କାର୍ଯ୍ୟକ୍ରମ ସହଗୋଗୀ ଅକ୍ଷୟ କୁମାର ପୋଲାଈ ଉପସ୍ଥିତ ରହି ଅନ୍ତେବାସୀଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ l କୁଷ୍ଠାଶ୍ରମର ସମସ୍ତଙ୍କ ସହିତ ମିଶି ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସହିତ ସନ୍ଧ୍ୟା ୫ଘଣ୍ଟିକା୩୦ ମିନଟ ବେଳେ ହରିନାମ କୀର୍ତ୍ତନ ଏବଂ ଭଜନ ରେ ଅଂଶ ଗ୍ରହଣ କରି ବିଭୁ କୃପା ଲାଭ କରିଥିଲେ l ତେଜସ୍ୱନୀ ସ୍ବେଛାସେବୀ ଅନୁଷ୍ଠାନ ର ନିର୍ଦ୍ଦେଶିକା ୟୋତି ସିଂ ଡୁଟି ଏବଂ ନିର୍ଦେଶକ ସଚ୍ଚିଦାନନ୍ଦ ଶତପଥୀ ଙ୍କ ପରାମର୍ଶ କ୍ରମେ ଆଜି ଏହା କରା ଗଲା l ଅନୁଷ୍ଠାନ ତରଫରୁ ବିଭିର୍ଣ୍ଣ ଭଲ ଭଲ ପୂଜା ପାର୍ବଣ ରେ ଏହି ଭଳି ସ୍ୱାସ୍ଥ୍ୟ ଓ ପରିବେଶ ସଚେତନ କାର୍ଯ୍ୟକ୍ରମ ସହିତ ସୁଷମ ଖାଦ୍ୟ ପ୍ରଦାନ କରିବା ବ୍ୟବସ୍ଥା କରିବା ସ୍ଥିର କରାଗଲା l ଅନୁଷ୍ଠାନ ର ସମସ୍ତ କର୍ମୀ ଆଜିର କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ବହୁତ ବହୁତ ଆନନ୍ଦ ଅନୁଭବ କରିଛନ୍ତି l