ଆସିକା,୧୯/୧ ଗଂଜାମ ଜିଲ୍ଲା ଆସିକା ଭେଟ୍ଟନଇ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ l ପୂର୍ବରୁ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ ଓଡ଼ିଶାର ରୂପାନ୍ତରଣ ଯାତ୍ରାକୁ ଆଗକୁ ନେବା ସହ ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ସୁଦୃଢ କରିବା ମୂଳ ଲକ୍ଷ ରହିଥିଲା l ତେବେ ବର୍ତ୍ତମାନ ଗ୍ରାମାଞ୍ଚଳର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାରଙ୍କପକ୍ଷରୁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଆୟୋଜନ କରାଛି l ଏହି କାର୍ଯ୍ୟକ୍ରମ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ସହ ପଞ୍ଚାୟତ ସ୍ତରୀୟ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ, ସାଂସ୍କୃତିକ ଭିତ୍ତିଭୂମିର ବିକାଶ, ବିଭିନ୍ନ ଗୋଷ୍ଠୀଭିଭିକ ଆବଶ୍ୟକୀୟ ପ୍ରକଳ୍ପ, ମିଶନଶକ୍ତି ଗୃହ, ଡିଜିଟାଲ ସେବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତତ କରି ବିଭିନ୍ନ ପଦକ୍ଷଯ ନିଆ ଯାଉଛି l ଏହି ସମସ୍ତ ସେବାକୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ସହ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ କରାଯାଇଛି l ଲୋକ ମାନଙ୍କୁ ସମସ୍ତ ସରକାରୀ ଯୋଜନା ବିଷୟରେ ଅବଗତ କରାଇବା ସହ ଲୋକ ମାନେ ସେସବୁ ଯୋଜନାରେ ଉପକୃତ ହେବେ ସେଥି ପ୍ରତି ଧ୍ୟାନ ଦିଆଯାଇଛି l କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା SHG ଗ୍ରୁପ୍ ମାନଙ୍କୁ ଋଣ ପ୍ରଦାନ କରାଯାଇଛି I ତେବେ ଏହି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଜାନୁଆରୀ ୧୮ ରୁ ଆରମ୍ଭ ହୋଇ ଫେବୁୟାରୀ ୭ ପର୍ଯ୍ୟନ୍ତ ପ୍ରତ୍ୟେକ ପଞ୍ଚାୟତରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜିର ଏହି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମରେ ମାନ୍ୟବର ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ତ୍ରିବେଣୀ ନାହାକ, ଆସିକା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡ଼ା, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ରେଶମା ଦୋରା , ସିଡିପିଓ ଭାଗ୍ୟଲତା ପାତ୍ର, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବଣ୍ଟନ କରାଯାଇଥିଲା ।
