You are currently viewing ବିଶ୍ୱ ଭାଷା ମହାକୁମ୍ଭ ରେ ଗଞ୍ଜାମ ଭାଷା ଆନ୍ଦୋଳନ ର ବରପୁତ୍ର ମାନଙ୍କୁ ଉପେକ୍ଷା | ଖଲ୍ଲିକୋଟ ରେ ତୀବ୍ର ପ୍ରତିକ୍ରିୟା
ବିଶ୍ୱ ଭାଷା ମହାକୁମ୍ଭ ରେ ଗଞ୍ଜାମ ଭାଷା ଆନ୍ଦୋଳନ ର ବରପୁତ୍ର ମାନଙ୍କୁ ଉପେକ୍ଷା | ଖଲ୍ଲିକୋଟ ରେ ତୀବ୍ର ପ୍ରତିକ୍ରିୟା

ଖଲ୍ଲିକୋଟ : 8/2 ଗତ ଫେବୃଆରୀ ମାସ 3 ଠାରୁ 5 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଜନତା ମୈଇ ଦାନ ଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁଷ୍ଠିତ ବିଶ୍ୱ ଭାଷା ମହାକୁମ୍ଭ ନିମନ୍ତ୍ରଣ ପତ୍ର ରେ ଖଲ୍ଲିକୋଟ ତଥା ଗଞ୍ଜାମ ଜିଲ୍ଲା ର ଓଡିଶା ର ଭାଷା ଆନ୍ଦୋଳନ ରେ ସକ୍ରିୟ ଭାବେ ଜଡିତ ଥିବା ବରପୁତ୍ର ମାନଙ୍କ ଫୋଟ କିମ୍ବା ନାମ ଉଲ୍ଲେଖ ନଥିବା ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି |

ଏ ନେଇ ଖଲ୍ଲିକୋଟ ର ବରିଷ୍ଟ ନାଗରିକ ମଞ୍ଚ ଓ ସିନ୍ଧୁ -ଉର୍ମି ସାହିତ୍ୟ ସଂସଦ ର ମିଳିତ ଆନୁକୂଲ୍ୟରେ ବରିଷ୍ଟ ନାଗରିଜ ମଞ୍ଚ କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ସାବପତି ଡାକ୍ତର ହରପ୍ରସାଦ ମହାପାତ୍ର, ସମ୍ପାଦକ ପ୍ରମୋଦ କୁମାର ପଟ୍ଟନାୟକ ଓ ସିନ୍ଧୁ -ଉର୍ମି ସାହିତ୍ୟ ସଂସଦ ସଭାପତି ସୁଧାଂଶୁ ଶେଖର ସାହୁ ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା ପ୍ରମୁଖ ଯୋଗ ଦେଇ ଜୁଲାଇଁ 1872 ଠାଡୁ 1909 ମସିହା ପର୍ଯ୍ୟନ୍ତ ଖଲ୍ଲିକୋଟ ରାଜା ହରିହର ମାର୍ଦରାଜ ଓ ତାଙ୍କ ପୁତ୍ର ରାମ ଚନ୍ଦ୍ର ମାର୍ଦରାଜ ଦେଓ ଗତ 1900 ମସିହା ଠାରୁ 1963 ମସିହା ପର୍ଯ୍ୟନ୍ତ ଓଡିଶା କୁ ଏକତା ସୂତ୍ର ରେ ବାନ୍ଧି ଭାଷା ଭତ୍ତିକ ରାଜ୍ୟ ରେ ପରିଣତ କରିବା ସହ ଗୋଲ ଟେବୁଲ ବାଇଠା ବୈଠକ ଓ ଓଡ଼ନେଲ କମିଟି ଓ ସାଇମନ କମିଶନ ଆଗରେ ଯୁକ୍ତି ଉପସ୍ଥାପନ କରିଥିଲେ |

ଏପରିକି ପିତାଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ ନିଜର ସମ୍ପତି କୁ ବନ୍ଧା ପକାଇବା ପାଇଁ ପଛାଇ ନଥିଲେ |ସେହିପରି ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ପ୍ରଯବନ୍ଧୁ ପତ୍ରିକା କୁ ସମ୍ପାଦନା କରି ଓଡ଼ିଆ ଭାଷା କୁ ବଞ୍ଚାଇବା ପାଇଁ ଉଦ୍ୟମ କରିବା ସହ ରମ୍ଭା ରେ ମାର୍ଦରାଜ ପ୍ରେସ ସ୍ଥାପନ କରିଥିଲେ | ରମ୍ଭା ଠାରେ ଜାତୀୟ ସମ୍ମିଳନୀ କରି କୁଳ ବୃଦ୍ଧ ମଧୁସୂଦନ ଓ, ଗୋପବନ୍ଧୁ, ଫକୀର ମୋହନ ସେନାପତି, ରାମଚନ୍ଦ୍ର ଭଞ୍ଜ ଦେଓ, ଶଶୀ ଭୂଷଣ ରଥ, ତ୍ରିନାଥ ପଣ୍ଡା,ଶ୍ରୀବଛ ପଣ୍ଡା ଗଞ୍ଜାମ ର ପ୍ରମୁଖ ବରପୁତ୍ର ସମେତ ପଣ୍ଡିତ ବାଇକୋଳି ଜ୍ୟୋତିଷ ବିଶାରଦ ଓଡ଼ିଆ ଆନ୍ଦୋଳନ ର ଇତିହାସ ସମେତ 13 ଖଣ୍ଡ ପୁସ୍ତକ ରଚନା କରି ଭାଷା କୁ ସମୃଦ୍ଧ କରିଛି ବୋଲି ପ୍ରକାଶ କଦଥିଲେ | ତେବେ ସ୍ବର୍ଗତ ରାମଚନ୍ଦ୍ର ମାର୍ଦରାଜ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି |ତଥାପି ଏଭଳି ଗଞ୍ଜାମ ର ବରପୁତ୍ର ମାନଙ୍କୁ ଅବହେଳା ନ କରିବା ପାଇଁ ମତ ପ୍ରକାଶ ପାଇଥିଲା | ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ପୂର୍ଣ୍ଣ ଚନ୍ଦ୍ର ଶତପଥୀ, ଶିକ୍ଷାବିତ ଚନ୍ଦ୍ରଶେଖର ପଟ୍ଟନାୟକ, ଅନିରୁଦ୍ଧ ସାହୁ, ବିପିନ ବିହାରୀ ସାମନ୍ତ, ପ୍ରଦୀପ କୁମାର ପଟ୍ଟନାୟଜ,, ରାମହରୀ ଦାସ, ଙ୍କ ସମେତ ଡ଼ଃ ଜଗଦୋଷ ପାଳ, ସରୋଜବାଳା ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ପଣ୍ଡା, ପ୍ରଭାତ କୁମାର ମିଶ୍ର କିଶୋର କୁମାର ସିଂ, ପ୍ରମୋଦ କୁମାର ସିଂ ସମେତ ଖଲ୍ଲିକୋଟ ବହୁ ବୁଦ୍ଧିଜୀବୀ ଭାଷା ପ୍ରେମୀ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |

ରିପୋର୍ଟ ମାଧବ ବେହେରା ଖଲ୍ଲିକୋଟ