You are currently viewing ଆଭାସୀ ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ରୂପାନ୍ତରିତ କାର୍ଯ୍ୟ ଉଦଘାଟିତ
ଆଭାସୀ ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ରୂପାନ୍ତରିତ କାର୍ଯ୍ୟ ଉଦଘାଟିତ

ଖଲ୍ଲିକୋଟ ; 18/2 5 ଟି ଉପକ୍ରମ ରେ ଆମ ହସ୍ପିଟାଲ ଯୋଜନା ସରକାରୀ ଡାକ୍ତରଖାନା ରୂପାନ୍ତରିତ ମାଧ୍ୟମ ରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଓଡିଶା ର 13 ଗୋଟି ଜିଲ୍ଲା ର 73 ଗୋଟି ହସ୍ପିଟାଲ ରୂପାନ୍ତର ଉଦଘାଟନ ପରିପ୍ରେକ୍ଷୀ ରେ ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଢେଇଁ କୋଟି ଟଙ୍କା ଖର୍ଚ୍ଚ ରେ ରୂପାନ୍ତରିତ କାର୍ଯ୍ୟ ସମ୍ପନ୍ନ ହୋଇଛି |ଏ ଉପଲକ୍ଷେ ହସ୍ପିଟାଲ ପରିସର ରେ ରେ ଥିବା ଉଦଘାଟନ ଫଳକ କୁ ସ୍ଥାନୀୟ ବିଧାୟିକା ଉନ୍ମୋଚନ କରଥିଲେ |ଉକ୍ତ ଆଭାସୀ ଉଦଘାଟନ କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ବି ଦି ଓ ଦେବାଶିଷ ସାମଲ , ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜାଲ୍ଲୀ, ସୋନମ ପଳାଇ, ଚନ୍ଦନା ସେଠି, ସି ଡି ପି ଓ ପଦ୍ମିନୀ ସାହୁ, ସଂସଦ

ପ୍ରତିନିଧି ରତ୍ନାକର ସାହୁ, ଜିଲ୍ଲା ବିଜେଡ଼ି ଉପାଧ୍ୟାକ୍ଷ ରାମ ମୋହନ ପଣ୍ଡା ସମେତ ସବୁ ସରପଞ୍ଚ ଓ ସମିତି ସଭ୍ୟ ରୋଗୀ କଲ୍ୟାଣ ସମିତି ର ସମସ୍ଥ ସଭ୍ୟ ପ୍ରମୁଖ ଯୋଗ ଦେଇଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧକ୍ଷ ଡାକ୍ତର ପ୍ରଦୀପ କୁମାର ଗନ୍ତାୟତ ଅତିଥି ମାନଙ୍କୁ ସ୍ୱାଗତ କରଥିଲେ | କାର୍ଯ୍ୟକ୍ରମ ରେ ସମସ୍ତ ଆଶା କର୍ମୀ ଓ ସ୍ଵାସ୍ତ୍ୟ ବିଭାଗ ଓ ପଂଚାୟତ ରାଜ ବିଭାଗ ର ସମସ୍ତ କର୍ମଚାରୀ ଓ ଡାକ୍ତର ମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |


( ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )