You are currently viewing ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ସଶକ୍ତ ପାଇଁ ବିଭିନ୍ନ ପ୍ରକାର ରୁଣ ପ୍ରଦାନ
ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ସଶକ୍ତ ପାଇଁ ବିଭିନ୍ନ ପ୍ରକାର ରୁଣ ପ୍ରଦାନ

କୋଦଳା
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ବିଭିନ୍ନ ପ୍ରକାର ଋଣ ପ୍ରଦାନ କରାଯାଉଛି । ଏହି ଋଣ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥାଏ । 2023 / 24 ରେ ଦିଆ ଯାଇଥିବା ଋଣ ଓ ସୁଧ ସହ ବ୍ୟାଙ୍କ ଆଦାୟ କରିଥିଲେ । ଏହି ସୁଧ ରାଜ୍ୟ ସରକାର ଉକ୍ତ ମହିଳା ଗୋଷ୍ଠୀଙ୍କୁ ପ୍ରଦାନ କରିଛନ୍ତି । ସେଥିପାଇଁ ମଙ୍ଗଳବାର ସକାଳ 11 ଘଣ୍ଟ ସମୟରେ ବେଗୁନିଆପଡା ବ୍ଲକ ପରିସରରେ ନବ ନିର୍ମିତ ମିଶନ ଶକ୍ତି କାର୍ଯ୍ୟାଳୟ ଓ ଏକ ସୁଧ ଫେରସ୍ତ ମେଳା କୁ କବିସୂର୍ଯ୍ୟନଗର ବିଧାୟିକା ଉଦଘାଟନ କରିଛନ୍ତି । ଏହି ବ୍ଲକର 741 ଟି ମହିଳା ସଂଘ ନେଇଥିବା ଋଣ ର ସୁଧ 3 କୋଟି,20 ଲକ୍ଷ, 68 ହଜାର ଟଙ୍କା ଚେକ ଆକାରରେ ପ୍ରଦାନ କରାଯାଇଛି। । ଏଥିରେ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, ଅଧକ୍ଷା ରେଣୁ ଗୌଡ଼, ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ସି ଡି ପି ଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ, ଜିଲ୍ଲା ପରିଷଦ ସଦସ୍ୟା ମଧୁମିତା ସାହୁ, ସମବାୟ ନିର୍ଦେଶକ ହୃଷିକେଶ ମେହେଣା, ବ୍ଲକ ପ୍ରକଳ୍ପ ସଂଯୋଜକ ଦିଲ୍ଲୀପ କୁମାର ବେହେରା ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମାଜସେବୀ ମହେଶ୍ୱର ବରାଡ଼ ମଞ୍ଚ ପରିଚାଳନା କରିଥିଲେ ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।