ଖଲ୍ଲିକୋଟ ;26/3 ଚଳିତ ବର୍ଷ ଦୋଳ ପୂର୍ଣ୍ଣମୀ ପୂର୍ବରୁ ଖଲ୍ଲିକୋଟ ବ୍ଲକ ର ଲଙ୍ଗଳେଶ୍ୱର ଓ ପଥରା ଗ୍ରାମ ରେ 21 ଦିନିଆ ମାସିକିଆ ମାନସିକ ପାରମ୍ପରିକ ଦଣ୍ଡ ଯାତ୍ରା ଆରମ୍ଭ ହୋଇଥିବା ଜଣାପଡିଛି | ଦଣ୍ଡ ଯାତ୍ରା ର ତେର ଭକତିଆ ମାନେ ଦଣ୍ଡକାଳୀ ମନ୍ଦିର ରୁ ଆବଶ୍ୟକ ପୂଜା ଵିଧି ବାହାରି ଛତ୍ରେଶ୍ୱର ଶିବ ମହାଦେବ ଙ୍କ ବ|ନା ଧରି ଆବଶ୍ୟକ ହୋମ ଯଜ୍ଞ ସହ ବାହାରି ଗ୍ରାମ ପରିକ୍ରମା କରି ବାହାରି ଥିଲେ |ଦଣ୍ଡ ଯାତ୍ରା ପାଳନ କରୁଥିବ| ମାନସିକ ଧାରୀ ମାନେ ମୀନ ସଂକ୍ରାନ୍ତି ଠାରୁ ଏକ ବେଳା ଖାଇ ଏକାଗ୍ରତା ର ଚିତ ରେ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ପାଳନ କରିଥାନ୍ତି |ତେର ଭକତ ମାନେ ଦଣ୍ଡ ମହାପ୍ରଭୁ ଙ୍କୁ ମୁଣ୍ଡରେ ଧରି ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ପରିକ୍ରମ କରିବା ସହ ମାନସିକ ଧାରୀ ଙ୍କ ଘର ସମ୍ମୁଖରେ ମାନସିକ ଦଣ୍ଡ ମଞ୍ଚସ୍ଥ କରିଥାନ୍ତି |ଏହି ସମୟ ରେ ରୁଦ୍ର ମଧ୍ୟାହ୍ନ ର ଖରାରେ ଭକତିଆ ମାନେ ଧୁଳିଆ ଦଣ୍ଡ, ପାଣି ଦଣ୍ଡ ଓ ଅଗ୍ନି ଦଣ୍ଡ କରିଥାନ୍ତି |ଭକ୍ତ ମାନେ ଅତ୍ୟନ୍ତ ନିଷ୍ଠା ର ସହିତ ପାଳନ କରିଥାନ୍ତି |ଦଣ୍ଡୁଆ ମାନେ ମାତ୍ର ଏକ ବକ୍ତ ସାକାହାରୀ ଭୋଜନ ଖାଇ ମନ୍ଦିର କିମ୍ବା ଗଛ ମୂଳେ ବିଶ୍ରାମ ନେଇଥାନ୍ତି | ଏହି କୃଷି ଭିତ୍ତିକ ପାରମ୍ପରିକ ଦଣ୍ଡ ନାଚ 21,18 ଓ 13 ଦିନିଆ ଦଣ୍ଡ ଯାତ୍ରା ପାଳନ ହୋଇ ମେରୁ ସଂକ୍ରାନ୍ତି ଦିନ ଦଣ୍ଡ ପାଳନ ଉଦଯାପିତ ହୋଇଥାଏ |ତେବେ ପାରମ୍ପରିକ ଦଣ୍ଡ ନାଚ ପାଇଁ କଳାକାର ମାନେ ସାମାଜିକ ନାଟକ ଓ ଦଣ୍ଡ ଶୁଆଙ୍ଗ ପାଇଁ ରିହରସେଲ ରେ ଆଖଡ଼ା ଦୁଲୁକୁଥିବା ବେଳେ ମଞ୍ଚ ଉପରେ ଅଭିନୟ କରିବା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି |ଦଣ୍ଡ ନାଚ ରେ ଅଶ୍ଳୀଳ ନୃତ୍ୟ ଓ ଦିଅର୍ଥ ବୋଧକ ଢଗ ଢମାଳି ବୋଲି କୁ ଦର୍ଶକ ମହଲ ରେ ନାପସନ୍ଦ କରୁଥିଲେ ମଧ୍ୟ ବର୍ତ୍ତମାନ ଆଧୁନିକ ରେକର୍ଡ ଡ୍ୟାନ୍ସ ଓ କିନ୍ନର କଳାକାର ମାନଙ୍କ ନୃତ୍ୟ ସଂଗୀତ ଦର୍ଶକ ମାନଙ୍କୁ ରୋମାଂଚିତ କରିଥାଏ |ସେହିପରି ଚୈତ୍ର ମାସ ରେ ମହିଳା ମାନେ ଚୈତ୍ର ମଙ୍ଗଳବାର ରେ ମହିଳା ମଙ୍ଗଳା ପୂଜା କରିବା ସହ ବିଭିନ୍ନ ଠାକୁରାଣୀ ପୀଠ ମାନଙ୍କ ରେ ପୂଜା ଅର୍ଚନା ଆରମ୍ଭ ହୋଇଛି
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ )
