You are currently viewing କୁକୁଡାଖଣ୍ଡି ଘୋଷାମଣି ଠାକୁରାଣୀ ଯାତ୍ରା ମାଁ ଙ୍କ ଗ୍ରାମପରିକ୍ରମା
କୁକୁଡାଖଣ୍ଡି ଘୋଷାମଣି ଠାକୁରାଣୀ ଯାତ୍ରା ମାଁ ଙ୍କ ଗ୍ରାମପରିକ୍ରମା

କୁକୁଡାଖଣ୍ଡି ::କୁକୁଡାଖଣ୍ଡି ଗ୍ରାମ ଅନୁଷ୍ଠିତ ପାଞ୍ଚ ବର୍ଷ ରେ ହେବାକୁଥିବା ମା ଘୋଷାମଣି ଠାକୁରାଣୀ ଯାତ୍ରା ଏଲମା ସମ୍ପ୍ରଦାୟ ପୂଜାଵିଧି ରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏହି ଯାତ୍ରା ବଡ଼ ଉତ୍ସାହ ଭାବେ ପାଳିତ ହୋଇଆସୁଅଛି l ଆଜି ଠାରୁ ଆରମ୍ଭ ଏହି ଯାତ୍ରା ଆସନ୍ତା 18ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବିଭିନ୍ନ ଯାକ ଯମକ ରେ ମାଁ ଙ୍କ ଠାକୁରାଣୀ ମନ୍ଦିର ରୁ ନେଇ ଦେଶିବେହେରା ଏକ ସୁସଜ୍ଜିତ ବିରାଟ ପଟୁଆର ରେ ପୂଜାର୍ଚନା କରି.. ମା ଙ୍କ ମସ୍ତକ ରୁ ଆଜ୍ଞାମାଳ ଖସିବା ପରେ ପାଟୁଆର ରେ ରଥଚକଡା ସ୍ଥିତ ଅସ୍ଥାୟୀ ମନ୍ଦିର ନିକଟକୁ ଅଣାଯାଇଥିଲା ଏହି ଯାତ୍ରା ମାଁ ଙ୍କୁ ଗ୍ରାମପରିକ୍ରମା କରି ଧୁମ ଧାମ ରେ ପାଳନ ହୋଇଛି l ଯାତ୍ରା ପାଞ୍ଚ ବର୍ଷ ପରେ ହେଉଥିବା ରୁ ଗ୍ରାମବାସୀ ଙ୍କ ମନରେ ଉତ୍ସାହ ରହିଛି..ବୁଧବାର ଠାରୁ ମା ଗ୍ରାମ ପରିକ୍ରମା ରେ ବାହାରିବେ.. ଯାତ୍ରା କୁ ସଭାପତି କାମାକ୍ଷା ପ୍ରସାଦ ପାତ୍ର, ଗୋପାଳ ଦୋରା, କୈଲାଶ ରଣା, ବିସିସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର, ଭବାନୀ ଶଙ୍କର ବିଶ୍ୱାଳ,ଙ୍କ ସହ ଯାତ୍ରା କମିଟି ସଭାପତି ଯାତ୍ରା ପରିଚାଳନା କରୁଥିବା ବେଳେ ସଦର ଥାନା ପକ୍ଷରୁ ୨ ପ୍ଲାଟୁନ ଫର୍ସ ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରୁଛନ୍ତି.. (ଇ ରଞ୍ଜନ ଙ୍କ ରିପୋର୍ଟ)