You are currently viewing ହନୁମାନ ବିଗ୍ରହ ମୂର୍ତ୍ତିର ବାର୍ଷିକ ଉତ୍ସବ ପାଳିତ
ହନୁମାନ ବିଗ୍ରହ ମୂର୍ତ୍ତିର ବାର୍ଷିକ ଉତ୍ସବ ପାଳିତ

କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ପଂଚାୟତର ଲକ୍ଷ୍ମୀ ନାରାୟଣପୁର ଗ୍ରାମ ରେ ହନୁମାନ ବିଗ୍ରହ ମୂର୍ତ୍ତିର ବାର୍ଷିକ ଉତ୍ସବ ଗ୍ରାମର ଯୁବକ ମାନଙ୍କ ଉଦ୍ୟମ ରେ ଅନୁଷ୍ଠିତ ହୋଇଯାଇଛି l ଗ୍ରାମରେ ଗତବର୍ଷ ହନୁମାନ ବିଗ୍ରହ ମୂର୍ତ୍ତି ସ୍ଥାପନ ହୋଇ ପ୍ରତିବର୍ଷ ଏହାକୁ ବଡ଼ ଧୁମଧାମ ରେ ପାଳନ କରିବା କୁ ନିଷ୍ପତି ନିଆଯାଇଛି l ଏହି ପ୍ରତିଷ୍ଠା ଦିବସ ରେ ଗ୍ରାମ ଉତ୍ସବ ମୁଖର ରହିଥିବା ବେଳେ ନାମ ସଂକୀର୍ତନ ହୋଇଯାଇଛି l ଏଥିରେ ଗ୍ରାମବାସିଙ୍କ ଦ୍ୱାରା ନିମନ୍ତ୍ରିତ ଅତିଥି ଭାବେ ବିଜେପି ନେତା ଏନ.ଗଙ୍ଗାଧର ପାତ୍ର ଏବଂ ଲୋଚାପଡା ସରପଞ୍ଚ ଏଲ. ମୋହନ ଦାସ ଆସି ହନୁମାନ ଙ୍କ ଦର୍ଶନ କରିଥିବା ବେଳେ ଗ୍ରାମ ର ଏମ.ଅମିତ କୁମାର,ଏମ.ରଞ୍ଜିତ,ଏସ.ସୁଶାନ୍ତ,ଏମ.ଅଜିତ, ଏସ.ସନ୍ତୋଷ, ଏସ.ଉମେଶ, ପି.କାମା, କେ. ଅନିଲଦାସ ସମେତ ଗ୍ରାମର ବହୁ ବୃଦ୍ଧିଯିବି ସମେତ ବହୁ ଯୁବ ଫିଡି ଉପସ୍ଥିତ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l