ଆସିକା, ୨୧/୭(ଶକ୍ତି ପ୍ରସାଦ କର) ଗୁରୁ ପୂର୍ଣ୍ଣିମାର ସ୍ବନକ୍ଷତ୍ର ଦିବସରେ ଆଧ୍ୟାତ୍ମିକ ଅନୁଷ୍ଠାନ ଚ଼ିନ୍ମୟ ମିଶନ, ଆସିକା ଶାଖା ଆନୁକୂଲ୍ୟରେ ମହତ୍ ରକ୍ତଦାନ ଏବଂ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଚିନ୍ମୟ ମିଶନ, ବାରିପଦା ଶାଖାର ଗୀତା ଶ୍ରବଣ ସାଧନା ପ୍ରବକ୍ତା ଏବଂ ବିଶିଷ୍ଠ ଆଧ୍ୟାତ୍ମିକବାଦୀ ଆଚ଼ାର୍ଯ୍ୟ ସ୍ବାମୀ ଗୋବିନ୍ଦାନନ୍ଦଙ୍କ ଉପସ୍ଥିତିରେ ଆୟୋଜିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ରୂପେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କ ପ୍ରତିନିଧି ସଙ୍ଗୀତ ପାଢ଼ୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ଘୁମୁସର ଜିଲ୍ଲା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସହ ସଙ୍ଘ ଚାଳକ ବିଶ୍ବନାଥ ସେଠୀ ଉପସ୍ଥିତ ଥିଲେ।

ଚିନ୍ମୟ ମିଶନ, ଆସିକା ଶାଖାର ମୁଖ୍ୟ କାର୍ଯ୍ୟକର୍ତ୍ତା ଓ ସଦସ୍ୟ, ସଭାପତି ଏ.ଲକ୍ଷ୍ମିନାରାୟଣ ଗୁପ୍ତା, ସଂପାଦକ ନିରଞ୍ଜନ ମହାନ୍ତି, ଯୁଗ୍ମ ସଂପାଦକ ରଂଜିତ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ପାଣ ଗୌଡ, କାର୍ଯ୍ୟକାରୀ ସଦସ୍ୟ ଇ. ଭେଙ୍କଟରମଣ ପାତ୍ର, ସଦସ୍ୟ ଅନିରୁଦ୍ଧ ମହାନ୍ତି, ଶତ୍ରୁଘ୍ନ ଗୌଡ଼, ସିଦ୍ଧେଶ୍ବର ପାଣିଗ୍ରାହୀ, ବିଷ୍ଣିପ୍ରୀୟା ସ୍ବାମୀ, ସରସ୍ବତୀ ଶିଶୁ ମନ୍ଦିରର ସଭାପତି ସୁବାଷ ଚ଼ନ୍ଦ୍ର ସେନାପତି ଇତ୍ୟାଦିଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସଂପୂର୍ଣ୍ଣରୂପେ ସଂପାଦିତ ହୋଇ ଯାଇଛି। ସ୍ବେଚ୍ଛାସେବୀ ରକ୍ତଦାତାଙ୍କ ଠାରୁ ପଚ଼ିସି ଗୋଟି ରକ୍ତ ପାଉଚ୍ ସଂଗ୍ରହ ହୋଇଥିବା ବେଳେ, ଛଷଠି ଜଣ ଚକ୍ଷୁ ରୋଗୀ ନିଜର ମାଗଣା ପ୍ରାଥମିକ ଚକ୍ଷୁ ପରୀକ୍ଷା କରିଥିଲେ। ଏହି ଭବ୍ୟ କାର୍ଯ୍ୟକ୍ରମରେ ଏମକେସିଜି କଲେଜ ହସ୍ପିଟାଲ, ବ୍ରହ୍ମପୁରର ବ୍ଳଡ୍ ବ୍ୟାଙ୍କ ଟିମ୍ ଏବଂ ଡାକ୍ତର ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ, ଆମ୍ବପୁଆ, ବ୍ରହ୍ମପୁରର ଟିମ୍ ଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ସୂଚ଼ାରୁରୂପେ ସଂପାଦନ ହୋଇପାରିଥିଲା। ଏହି ଭବ୍ୟ କାର୍ଯ୍ୟକ୍ରମରେ ଅନେକ ବୟୋଜ୍ୟେଷ୍ଠ ଗରିବ ଶ୍ରେଣୀର ବ୍ୟକ୍ତି ବିଶେଷ ନିଜ ଚକ୍ଷୁର ମୋତିଆ ବିନ୍ଦୁ ପରୀକ୍ଷା କରି ଉପକୃତ ହୋଇଥିବାର ନଜିର ରହିଛି। ଆସିକା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଇ. ସତ୍ୟନାରାୟଣ ରଥ, ଦିଲ୍ଲୀପ କୁମାର ପାଣିଗ୍ରାହୀ, ଆସିକା ଉପଖଣ୍ଡ ସରକାରୀ ହସ୍ପିଟାଲର ଶିଶୁ ବିଶେଷଜ୍ଞ ଡାକ୍ତର ଦୀପକ କୁମାର ସାମନ୍ତରା, ବରିଷ୍ଠ ଆଇନଜୀବୀ ନାରାୟଣ ମୁନୀ ଉପସ୍ଥିତ ଥିଲେ।

ଆସିକା ବିଜ୍ଞାନ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଉପଦେଷ୍ଟା ରାଜେଶ୍ କୁମାର ସାହୁ ଓ ଚାରି ଜଣ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ସୁଶ୍ରୀ ଶୁଭଶ୍ରୀ ପଟ୍ଟନାୟକ, ଅଙ୍କିତା ପରିଡା, ସନ୍ତୋଷ କୁମାର ଗୌଡ଼, ପ୍ରାକ୍ତନ ଯୁବ ରେଡକ୍ରସ୍ ଛାତ୍ର କେ. ଶ୍ରୀନିବାସ ପୃଷ୍ଟି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ସମସ୍ତ ସ୍ବଚ୍ଛାସେବୀ ରକ୍ତଦାତାଙ୍କୁ ଅତିଥିଙ୍କ କରକମଳରେ ମାନପତ୍ର ପ୍ରଦାନ କରାଯାଇଥିଲା।ପରିଶେଷରେ ମିଶନର ବରିଷ୍ଠ ସଦସ୍ୟ ବିମ୍ବାଧର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


