ଫୁଲବାଣୀ :୧୫/୩ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ବିଶିପଡ଼ା ଠାରେ ଏକ ଆଦିବାସୀ କନ୍ଧ କୁମ୍ଭାର ବିଜୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଅଜିତ କୁମାର ମଲ୍ଲିକ,ସନମାନିତ ରୂପେ ଉପସଭାପତି ବିଜୟ କୁମାର ବେହେରା ,ସମ୍ପାଦକ ତପନ କୁମାର ବେହେରା,କୋଷାଧକ୍ଷ ସୁରେନ୍ଦ୍ର ବେହେରା, ସାମ୍ବାଦିକ ବାଳକୃଷ୍ଣ କହ୍ନର ଯୋଗ ଦେଇଥିଲେ ! ଏଥିରେ ଜିଲ୍ଲା ର କନ୍ଧ କୁମ୍ଭାର ଜାତି ରେ ଥିବା ବାପା, ମା, ଭାଇ ଭଉଣୀ ମାନେ ଉପସ୍ଥିତ ରହି ଦୀପ ପ୍ରଜ୍ୱଳନ କରି ସଭା ଆରମ୍ଭ କରିଥିଲେ ! ଏଥି ସହ ୫୦ ବର୍ଷ ହେବ ଅହରହ ପରିଶ୍ରମ କରି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କୁ ଆଦିବାସୀ ମାନ୍ୟତା ପାଇବା ପାଇଁ ଲଢେଇ କରି ଆସିଥିଲେ ସୁଦ୍ଧା ପୂରଣ ହୋଇପାରୁନଥିଲା ଆଜି ତାହା ପୂରଣ ହୋଇଥିବାରୁ ସରକାର ଙ୍କୁ ବହୁତ ଧନ୍ୟବାଦ ଜଣାଇବା ସହ ଜିଲ୍ଲା କନ୍ଧ କୁମ୍ଭାର ଆଦିବାସୀ ମାନେ ଆନନ୍ଦ ଉଲ୍ଲାସ ରେ ପୂର୍ବ କାଳର ଆଦିବାସୀ ନାଚ କରିଥିଲେ ! ଏହି ମାନ୍ୟତା ପାଇବା ପରେ ଆଦିବାସୀ ମାନେ ଯାହା ପାଇପାରୁଛନ୍ତି ତାହା ପାଇବା ପାଇଁ ସଫଳ ହୋଇଛନ୍ତି ! ସେଥିପାଇଁ ଭାଇ ଭଉଣୀ ମାନେ ଭବିଷ୍ୟତ ଗାଡିବାରେ ସହଜ ହୋଇପାରିବ ବୋଲି ସଭା ରେ ମତ ରଖିଥିଲେ !ଉତ୍ସବ କୁ ନିରଞ୍ଜନ ବେହେରା ପରିଚାଳନା କରିଥିବା ବେଳେ ଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ସଭାସାଙ୍ଗ କରାଯାଇଥିଲା ! କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହ୍ନର ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ !
