ଭଞ୍ଜନଗର,୦୫/୦୯ :ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ “ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଇଓ ଏସ୍ ଧନଞ୍ଜୟ ଙ୍କ ପୌରାହିତ୍ୟିରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଏବିଡ଼ିଓ ପୂର୍ଣଚନ୍ଦ୍ର ପାଢ଼ୀ ଉଦଘାଟନ୍ କରିଥିଲେ। କୋମଳ ମତି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଲୁକ୍କାୟିତ ହୋଇ ରହିଥିବା ପ୍ରତିଭାର ଅନ୍ଵେଷଣ କରିବା, ଦଳଗତ କାର୍ଯ୍ୟ ନିମନ୍ତେ ଉତ୍ସାହିତ କରିବା, ମାନସିକ ସ୍ତରରେ ବିକାଶ ଆଣିବା ଓ ଶିକ୍ଷଣ ପରିସର ବୃଦ୍ଧି କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଭଞ୍ଜନଗରର ପ୍ରାୟ ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ନିଜର ଗାଇଡ୍ ଶିକ୍ଷକ ଙ୍କ ସହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପକନିଷ୍ଠ ବିଭାଗ ରେ ତୃତୀୟ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୨୪ ଛାତ୍ରଛାତ୍ରୀ, କନିଷ୍ଠ ବିଭାଗ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬୭ ଛାତ୍ରଛାତ୍ରୀ ଏବଂ ବରିଷ୍ଠ ବିଭାଗ ନବମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୩୭ ଛାତ୍ରଛାତ୍ରୀ ଏହିପରି ସର୍ବମୋଟ ୩୨୮ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗଣିତ, ବିଜ୍ଞାନ, ଓ ଜ୍ଞାନକୌଶଳ ଉପରେ ଆଧାରିତ କୁଇଜ୍ ପ୍ରତିଯୋଗିତା ତିନୋଟି ବିଭାଗରେ ଯଥା ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବିଭାଗରେ ଅନୁଷ୍ଠିତ ହୋଇଥିଲା। ଏହା ପରେ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଉମାଶଙ୍କର ବେହେରା,ଏବିଡ଼ିଓ ପୂର୍ଣଚନ୍ଦ୍ର ପାଢ଼ୀ, ବିଇଓ ଏସ୍ ଧନଞ୍ଜୟ,ଏବିଇଓ ସୂର୍ଯ୍ୟ ନାଇକ,ଚରଣ ବେହେରା, ଗଜେନ୍ଦ୍ର ସେଠୀ, ପ୍ରଧାନ ଶିକ୍ଷୟିତ୍ରୀ ସ୍ଵରାଜ କଅଁର, ପ୍ରଧାନ ଶିକ୍ଷକ ଉମାକାନ୍ତ ନାୟକ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର, ସିଲଡ୍ ଓ ଗୀତା ବହି ପ୍ରଦାନ କରି ଅତିଥି ମାନେ ସମ୍ମାନୀତ କରିଥିଲେ। ଏହା ସହିତ ଅଂଶଗ୍ରହଣକାରୀ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। କାର୍ଯ୍ୟକ୍ରମ ରେ ବ୍ଳକର ସମସ୍ତ କ୍ଲଷ୍ଟର ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
