You are currently viewing ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା
ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା

ଖଲ୍ଲିକୋଟ :3/9 ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢା ସହିତ ସେମାନଙ୍କ ସୃଜନଶୀଳତା ବୃଦ୍ଧି ପାଇଁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ଖଲ୍ଲିକୋଟ ଶ୍ରୀମର୍ଦରାଜ ହାଇସ୍କୁଲ ପରିସର ରେ ଏକ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି | ଗୋଷ୍ଟି ଶିକ୍ଷା ଅଧିକାରୀ ସଦ୍ୟସ୍ନାନ ପଣ୍ଡା ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ କୁଇଜ ପ୍ରତିଯୋଗିତା ରେ ବ୍ଲକ ର 3,4,5ଶ୍ରେଣୀ ର କନିଷ୍ଟ ବର୍ଗ 6,7,8 ଶବ ଜୁନିଅର ଓ ନବମ ଓ ଦଶମ ପିଲା ମାନଙ୍କ ମଧ୍ୟରେ ବିଜ୍ଞାନ, ଗଣିତ ସାମାଜିକ ବିଜ୍ଞାନ ଓ କରେଣ୍ଟ affairs, ସମର୍କରେ ପ୍ରତିଯୋଗିତା ହୋଇଥିବା ବେଳେ ବ୍ଲକ ର 330 ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ |

ଅପର|ହ୍ନ ରେ ସ୍ଥାନୀୟ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧକ୍ଷ ଡ଼ଃ ସନ୍ତୋଷ କୁମାର ପରିଡା ଓ ଖଲ୍ଲିକୋର ବି ଡି ଓ ଦେବାଶିଷ ସାମଲ ଓ ଖଲ୍ଲିକୋଟ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଦ୍ୟସ୍ନାନ ପଣ୍ଡା ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋମତୀ ପ୍ରଧାନ ଓ ଶିକ୍ଷକ ପ୍ରଶିକ୍ଷକ ଜୟନ୍ତୀ ବେହେରା, ଅନୁପମା ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମ|ନ ପତ୍ର ବଣ୍ଟନ କରିଥିଲେ |
ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ