କଟକ ତା ୫.୯.୨୪ ରିଖ:ଉତ୍କଳ ବିଦ୍ୟା ଗୌରବ ପରିଷଦ ପକ୍ଷରୁ ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ଟାଉନ୍ ହଲ୍ ସ୍ଥିତ ଶ୍ରୀରାମଚନ୍ଦ୍ର ଭବନ ଠାରେ ପରିଷଦ ର ସଭାପତି ପ୍ରଫେସର ଡ. ନଟବର ଶତପଥୀ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ସ୍ୱାମୀଜୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜ ଜୀ ।ମୁଖ୍ୟ ଅତିଥି ଭାବେ ବାରବାଟୀ କଟକ ର ପୂର୍ବତନ ବିଧାୟକ ଇଂ ମହମ୍ମଦ ମୋକିମ୍, ମୁଖ୍ୟବକ୍ତା ଭାବେ ଚିର ସନ୍ଧାନ ଖବରକାଗଜର ସଂପାଦକ ଡ. ପାର୍ଥସାରଥି ଅଜୟ ବାରିକ, ସମ୍ମାନୀତ ବକ୍ତା ଭାବେ ‘ ନୀଳଚକ୍ର’ ର ସଭାପତି ଶ୍ରୀମତୀ ନମିତା ପଣ୍ଡା ,

ସମ୍ମାନୀତ ଅତିଥି ଭାବେ ଓଡିଶା ହାଇକୋର୍ଟ ର ଅଧିବକ୍ତା ଗୋକୁଳାନନ୍ଦ ପଟ୍ଟନାୟକ ଏବଂ ଓଡ଼ିଶା ଗାନ୍ଧି ଫାଉଣ୍ଡେସନର ସଭାପତି ଡ. ବିଶ୍ବଜିତ୍ ସୂର୍ଯ୍ୟବଂଶୀ , ବରେଣ୍ୟ ଅତିଥି ଭାବେ ଶିକ୍ଷାବିତ୍ ବିଦ୍ୟୁତ୍ କୁମାରୀ ଲାଲା ଏବଂ ବିଶିଷ୍ଟ ଅତିଥି ଭାବେ ଡାକ୍ତର ରବିରଞ୍ଜନ ସାହୁ ଯୋଗ ଦେବା ସଙ୍ଗେ ସଙ୍ଗେ ଗୁରୁ ପରମ୍ପରା ର ମହନୀୟତା ସଂପର୍କରେ ଆଲୋଚନା କରିଥିଲୋ ପ୍ରଥମେ ପରିଷଦର ସାଧାରଣ ସମ୍ପାଦକ ଅଧ୍ୟାପକ ଅଶୋକ କୁମାର ପଣ୍ଡା ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ଶ୍ରୀ ରାଜୀବ ଲୋଚନ ଷଢଙ୍ଗୀ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l

ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶାର କେତେଜଣ ବିଶିଷ୍ଟ ଗୁରୁ ମାନଙ୍କୁ ” ଗୁରୁଗୌରବ ସମ୍ମାନ – ୨୦୨୪” ରେ ସମ୍ମାନୀତ କରାଯାଇଥିଲା। ବିଶିଷ୍ଟ ତବଲା ବାଦକ ଶ୍ରୀ ହରମୋହନ ଖୁଣ୍ଟିଆ, ପରିବେଶ ବିତ୍ ଡ. ଆଶୁତୋଷ ଦେବତା, ଆଧ୍ୟାତ୍ମିକ ଭଉଣୀ ବି . କେ. ସୁଲୋଚନା, ରେଭେନ୍ସା ଜୁନିଅର ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷା ଡ.ଆରତୀ ତ୍ରିପାଠୀ, ଅବସର ପ୍ରାପ୍ତ ଅଧକ୍ଷ ଡ.ଅବଦୁଲ ଉସମାନ ଖାନ, କଣ୍ଠଶିଳ୍ପୀ ନାରାୟଣ ଦାସ, ସଂସ୍କୃତ ବିଶାରଦ ନୃସିଂହ ଚରଣ ପଣ୍ଡା, ପୁରୀ ବେଦ କର୍ମକାଣ୍ଡ ସଂସ୍କୃତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ.ଜଗବନ୍ଧୁ ମିଶ୍ର ଏବଂ ପ୍ରଧାପିକା ଡ. ଗାୟତ୍ରୀ କର ପ୍ରମୁଖଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ

କରାଯାଇଥିଲା। ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗୁରୁ ବନ୍ଧନା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଶେଷରେ ପରିଷଦର ସଂଗଠନ ସଂପାଦକ ଅଧ୍ୟାପକ କିଶୋର ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ l
