ବ୍ରହ୍ମପୁର:ବ୍ରହ୍ମପୁର ଉପକଣ୍ଠ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଚାପା ଉତ୍ତେଜନା ଦେଖାଦେଇଛି। ହଷ୍ଟେଲ ଭିତରେ କିଛି ଅଣ ହିନ୍ଦୁ ଛାତ୍ର ଗୋମାଂସ ରୋଷେଇ କରିଛନ୍ତି। ଏହା ଜଣାପଡ଼ିବା ପରେ ଛାତ୍ରଛାତ୍ରୀ ମହଲରେ ପ୍ରବଳ ନିନ୍ଦା ପ୍ରକାଶ ପାଇଛି। ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତ। ଯାଇ କଲେଜରେ ଏହା ପ୍ରବଳ ବିରୋଧ କରିଛନ୍ତି। ଗତକାଲି ମଧ୍ୟାହ୍ନରେ ଏହି ଘଟଣା ହୋଇଥିବା ବେଳେ ଦୁଇଦିନ ହେବ ଏହି ଘଟଣା ଚର୍ଚ୍ଚ।ର ପରିସରକୁ ଆସିଛି। କିଛି ଅଣହିନ୍ଦୁ ଛାତ୍ରମାନେ ହୋଷ୍ଟେଲ ଭିତରେ ଗୋମାଂସ ରୋଷେଇ କଲେ। ରୋଷେଇ ବେଳେ ଏହାର ବାସ୍ନା ଚାରିଆଡ଼େ ଖେଳିଯିବା ପରେ ରୁମରେ ବିଭିନ୍ନ ସ୍ପ୍ରେ ଆଦି ମଧ୍ୟ ବ୍ୟବହାର କରିଥିଲେ। ଏହା ଗୋମାଂସ ବୋଲି ଜାଣି ଅନ୍ୟ ହିନ୍ଦୁ ଛାତ୍ରମାନେ ଏହାକୁ ପ୍ରବଳ ବିରୋଧ କରିଥିଲେ। ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

ଏହି କ୍ରମରେ ଗୁରୁବାର ପାରଳା ମହାରାଜା କଲେଜକୁ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତା ପହଞ୍ଚି ଏହାକୁ ବିରୋଧ କରିଥିଲେ। ଏଭଳି ଛାତ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।
