ଓଡିଶା ର ବହୁ ଲବ୍ଧ ପ୍ରତିଷ୍ଠିତ ନାରୀ ଚିତ୍ରଶିଳ୍ପୀ ଙ୍କ ମଧ୍ୟରୁ ବର୍ଷିଆନ ମହିଳା ଚିତ୍ରଶିଳ୍ପୀ ତଥା କବୟିତ୍ରୀ ଶ୍ରୀମତୀ ବସନ୍ତ କୁମାରୀ ସାମନ୍ତ ଏକ ଅନ୍ୟତମ ପ୍ରତିଭା |ପ୍ରାକ ସ୍ୱାଧୀନତା କଳଖଣ୍ଡ ରେ ଜନ୍ମ ନେଇଥିବା ଚିତ୍ରଶିଳ୍ପୀ ତାଙ୍କ ଜୀବନ ବ୍ୟାପି ସାଧନା ରେ ଆଙ୍କି ଚାଲିଛନ୍ତି ରାଶି ରାଶି ଚିତ୍ର |ଯାହାକି ତାଙ୍କର ଚିତ୍ର ଗୁଡିକ ଦେଶ ବିଦେଶ ରେ ଆଦୃତ ହେବାର ସୌଭାଗ୍ୟ ଅର୍ଜନ କରିଛି

|ତାଙ୍କର ସ୍ଵ ହସ୍ତ ଅଙ୍କିତ ତୈଳ ଚିତ୍ର ପାଇଁ ଶ୍ରୀମତୀ ସାମନ୍ତ ଓଡିଶା ଓ ଓଡିଶା ବାହାରେ ବହୁ ଅନୁଷ୍ଠାନ ମାନଙ୍କ ଠାରୁ ସମ୍ମାନ ପାଇବା ର ସୁଯୋଗ ପାଇଛନ୍ତି |ଯେତେବେଳେ ମହିଳା ମାନେ ଅଵଗୁଣ୍ଠାନ ପକାଇ ଘର କୋଣରେ ରହିବାକୁ ପଡିଥାଏ ସେତେବେଳେ ବିଶିଷ୍ଟ ଚିତ୍ରଶିଳ୍ପୀ ଶରଦ ଦେବ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଘର ର ଏରୁଣ୍ଡି ବନ୍ଧ ଡେଇଁ ଖଲ୍ଲିକୋଟ ଗଡ଼ ରେ ରେ ଗତ 1957 ମସିହା ରେ ଖୋଲିଥିବା ଆର୍ଟ ସ୍କୁଲ ରେ ପ୍ରଥମ ବର୍ଷ କଳା ଛାତ୍ରୀ ଭାବେ ଯୋଗ ଦେଇଥିଲେ |

ତେବେ କଳା ଶିକ୍ଷ|ରୁ କୃତିତ୍ୱ ର ସହ ଡିପ୍ଲୋମା ପାସ ପରେ କଳା ଶିକ୍ଷକ ଭାବେ ବିଭିନ୍ନ ହାଇ ସ୍କୁଲ ମାନଙ୍କ ରେ ଜୀବିକା ନିର୍ବାହ କଲେ |ତେବେ ଜଣେ ଡ୍ରଇଂ ମାଷ୍ଟ୍ର ଭାବେ କାର୍ଯ୍ୟ କରି ତାଙ୍କର କଳା ସାଧନା କୁ ଜାରୀ ରଖିଥିଲେ |ତୁଳି ଓ ରଙ୍ଗ କୁ ନିଜର ସହଚର କରି ଆଙ୍କି ଚାଲିଥିଲେ ଅନନ୍ୟ ତୈଳଚ୍ଚିତ୍ର | ତାଙ୍କ ଚିତ୍ର ରେ ସାମାଜିକ ଦୃଷ୍ଟିଭଙ୍ଗୀ ନିହିତ ଥିଲା | ନିଜେ ମନର ରୂପକଳ୍ପ ରେ ସ୍ବପ୍ନ ସଂଚାର କରୁଥିବା ରୂପକଳ୍ପ କୁ ସମ୍ବଳ କରି ଏକାଧାରା ରେ କବିତା ଓ ତୈଳ ଚିତ୍ର ର ଯୁଗଳବନ୍ଦୀ ତାଙ୍କ ସୃଜନଶୀଳତା ର ମାନଦଣ୍ଡ ଥିଲା |.

ସମାଜ ରେ ଘଟୁଥିବା ପ୍ରେମ, ପ୍ରତାରଣା, ଦୁଃଖ, ଦୈନ୍ୟ କୁ ତାଙ୍କ ତୁଳି ଓ କଲାମ ରେ ଧରିବାକୁ ନିରନ୍ତର ସାଧନା କୁ ଜାରୀ ରଖିଛନ୍ତି |ବୟସ ର ଅପରାହ୍ନ ରେ ମଧ୍ୟ ନିରଳସ ଭାବେ ଚିତ୍ର ଓ ଚରିତ୍ର ମାନଙ୍କୁ ସାଉଁଟି ସୃଷ୍ଟି କରି ଚାଲିଛନ୍ତି ତୈଳ ଚିତ୍ର ର ସଂସ୍କରଣ |ସେହିପରି ଏକ ହଜାର କବିତା ବିଭିନ୍ନ ମ୍ୟାଗାଜିନ ଓ ପତ୍ରପତ୍ରିକା ରେ ପ୍ରକାଶ ପାଇବା ସହ ତାଙ୍କର ଦୁଇଟି କବିତା ସଂକଳନ “ବିଦୀପ୍ତ ବସନ୍ତ ” ଓ “ଏକାନ୍ତ ନିଜର

” ଆତ୍ମ ପ୍ରକାଶ ପାଇଛି |ଗତ 1943 ମସିହା ରେ ଖଲ୍ଲିକୋଟ ଗଡ଼ ରେମାତା ପୂର୍ଣ୍ଣମାସୀ ଦେବୀ ଓ ବାପା ଚନ୍ଦ୍ର ଶେଖର ଦାଶ ଙ୍କ କୋଳ ରେ ଜନ୍ମ ନେଇଥିବା ଅଶି ତୀପ ର ଚିତ୍ର ଶୀଳ୍ପୀ ଶ୍ରୀମତୀ ସାମନ୍ତ ଓଡିଶା ଲଳିତ କଳା ଏକାଡେମୀ ଠାରୁ ଆରମ୍ଭ କରି ବହୁ ପ୍ରତିଷ୍ଠିତ ଅନୁଷ୍ଠାନ ତରଫରୁ ତାଙ୍କର କାଳଜୟୀ କଳାକୃତି ପାଇଁ ସମ୍ବର୍ଦ୍ଧିତ କରାଯାଇଛି |ରାଜ୍ୟ ଓ ରାଜ୍ୟ ବାହାରେ ବହୁ ଚିତ୍ର କଳା ପ୍ରଦର୍ଶନୀ ଓ ଚିତ୍ରକଳା ଶିବିର ମାନଙ୍କ ରେ ଯୋଗ ଦେଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି |ସେହିପରି ଓଏଲ ପେଣ୍ଟିଙ୍ଗ ସମେତ ୱାଟର, ଏକ୍ରିଲିକ ୱାଷ ପେଣ୍ଟିଙ୍ଗ, ଟେକ୍ସ ଟାଇଲ ଡିଜାଇନ, ପ୍ୟାନେଲ ଡିଜାଇନ, ଡେକରିଟିଭ ସମେତ ଭାସ୍କର୍ଯ୍ୟ, ଚମଡା ଓ ଡଟ ପେନ ପେନସିଲ ଓ ସେରମିକ ଭଳି କଳା କ୍ଷେତ୍ର ରେ ତାଙ୍କର ଦଖଲ ରହିଛି

| ଶ୍ରୀମତୀ ସାମନ୍ତ ଙ୍କ ବହୁ ସ|କ୍ଷ|ତକର ଓ ଫିଚର ବହୁ ଲବ୍ଧ ପ୍ରତିଷ୍ଠିତ ଛପା ଓ ବୈଦୁତିକ ଗଣମାଧ୍ୟମ ମାଧ୍ୟମ ରେ ଆଦୃତ ହୋଇଛି |ସେ ଜଣେ ନାରୀ ହୋଇଥିବାରୁ ନାରୀ ମାନଙ୍କ ଦୁଃଖ ଦୁର୍ଦଷ| ଓ ଉତ୍କର୍ଷତା କୁ ନେଇ ତାଙ୍କର କବିତା ଓ ଚିତ୍ର ରେ ପୁଷ୍ପିତ ହୋଇ ଥାଏ | ରିପୋର୍ଟ _
ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ
