You are currently viewing ମୋ ଗାଁ ମୋ ସମ୍ମାନ ଅଭିଯାନ ମାଧ୍ୟମରେ ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ଶିଶୁ ଦିବସ ପାଳନ ।
ମୋ ଗାଁ ମୋ ସମ୍ମାନ ଅଭିଯାନ ମାଧ୍ୟମରେ ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ଶିଶୁ ଦିବସ ପାଳନ ।

କଟକ : ଅଗ୍ରଣୀ ସାମାଜିକ ସଂଗଠନ ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ବେଗୁନିଆପଦା ପ୍ରାଥମିକ ବିଦ୍ୟାଳୟ ଏବଂ ଗୋପାଳପୁର ଅଙ୍ଗନବାଡି କେନ୍ଦ୍ରର ଶିଶୁ ମାନଙ୍କ ମଧ୍ୟରେ ପାଳିତ ହୋଇ ଯାଇଛି l ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିଲୋଚନ ଦାସ ସଭା ପରିଚାଳନା କରିଥିବା ବେଳେ ମୋ ଗାଁ ମୋ ସମ୍ମାନ କାର୍ଯ୍ଯକ୍ରମର ଆବାହକ ପ୍ରଭାତ କୁମାର ବାରିକ ମୁଖ୍ୟ ଅତିଥି ଭାବରେ ଯୋଗେ ଦେଇଥିଲେ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ l କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ରାମ ନାରାୟଣ ସାହୁ, ପ୍ରସନଜିତ ସାହୁ,ଆକାଶ କୁମାର ଜୟସିଂହ,ଅଙ୍ଗନବାଡି କର୍ମୀ ମିନର୍ଭା ସ୍ୱାଇଁ,ମିନତୀ ଦାସ,ସଂଜୀବନୀ ସେବା ଫାଉଣ୍ଡେସନର ସଭାପତି ସୌମ୍ୟ ରଞ୍ଜନ ଭୂୟାଁ,ସମ୍ପାଦକ ଶ୍ରୀ ବିକ୍ରମ କେଶରୀ ନାଥ ଉପସ୍ଥିତ ରହି ଛବିଳ ମଧୁ ବର୍ଣବୋଧ ପୁସ୍ତକ, ପାଠ୍ୟ ଉପକରଣ ଏବଂ ମିଷ୍ଟାନ ବଣ୍ଟନ କରାଯାଇଥିଲା l