ଖଲ୍ଲିକୋଟ : 3/12 ବିଜୁଳି ବିଭାଗ ର ଅବହେଳା ଯୋଗୁଁ ଖଲ୍ଲିକୋଟ ବ୍ଲକ ମଥୁରା ପଂଚାୟତ ଅନ୍ତର୍ଗତ ଭରସା ଗ୍ରାମ ର ସିମାଞ୍ଚଳ ଗୌଡ଼ ନାମକ ଜଣେ ବିଜୁଳି ଉପ ଭୋକ୍ତା ତାଙ୍କ ଘର ଆଗରେ ଥିବା ବିଜୁଳି ଖୁଣ୍ଟ କୁ ଉଠାଇବା ପାଇଁ ଗତ ବିଜୁଳି ବିଭାଗ ଏସ ଦି ଓ ଓ କନିଷ୍ଟ ଯନ୍ତି ଙ୍କୁ ଲିଖିତ ଭାବେ ଜଣାଇଲେ ମଧ୍ୟ ଖୁଣ୍ଟ କୁ ଉଠାଇବା ପାଇଁ କୌଣସି ପଦକ୍ଷେପ ନେଉନଥିବା ଗଣ ମାଧ୍ୟମ ପ୍ରତିନିଧି ଙ୍କ ଆଗରେ ଅଭିଯୋଗ କରିଛନ୍ତି |.

ସିମାଞ୍ଚଳ ଙ୍କ ଘର ଆଗରେ ବିଜୁଳି ଖୁଣ୍ଟ ଥିବା ଯୋଗୁଁ ଛୋଟ ପିଲା ଓ ଗାଡି ଓ ଘରକୁ କୌଣସି ଦ୍ରବ୍ୟ ନେବା ନଷଇ ଅସୁବିଧା ଉପୁଜୁଛି ଓ ଦୈନାଦିନ ଯାତାୟତ ରେ ଘୋର ଅସୁବିଧା ଘଟୁଛି ବୋଲି ଅଭିଯୋଗ କରିଛନ୍ତି |ଏ ସମ୍ପର୍କ ରେ ଖଲ୍ଲିକୋଟ ବିଜୁଳି ଉପ ଖଣ୍ଡ ଅଧିକାରୀ ଇଂ ଚିତ୍ତରଞ୍ଜନ ମଲ୍ଲିକ ଙ୍କ ସହ ଯୋଗା ଯୋଗ କରିବା ରେ ଗତ ଏପ୍ରିଲ 3 ରେ ବିଜୁଳି ଉପୋଭୋକ୍ତା ଙ୍କ ଆବେଦନ ପତ୍ର ପାଇବା ପରେ ଗତ ଅଗଷ୍ଟ ମାସ ରେ ଏସ୍ଟିମେଟ ପ୍ରସ୍ତୁତ ହୋଇଛି ଖୁବ ଶୀଘ୍ର ଉପୋଭୋକ୍ତା ଙ୍କ ଖର୍ଚ୍ଚ ରେ ବିଜୁଳି ଖୁଣ୍ଟ କୁ ସ୍ଥାନାନ୍ତର କରାଯିବ ବୋଲି ପ୍ରକାଶ କରିଥିଲେ |

ଏହିଭଳି ଖଲ୍ଲିକୋଟ ବ୍ଲକ ଓ ଏନ ଏ ସି ର ବହୁ ରାସ୍ତା ମଝିରେ ବର୍ଷ ବର୍ଷ ଧରି ବିଜୁଳି ଖୁଣ୍ଟ ସାଙ୍ଗକୁ ବିଦ୍ୟାଳୟ ମନ୍ଦିର ନିକଟରେ ବିଜୁଳି ଟ୍ରାନ୍ସଫର୍ମେର ଥିବା ବେଳେ ତି ପି ଏସ ଓ ଡ଼ି ଏଲ ଘୁଞ୍ଚାଇବା ପାଇଁ କୌଣସି ପଦକ୍ଷେପ ନେଉନଥିବା ଯୋଗୁଁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି |

ମାଧବ ବେହେରା, ଖଲ୍ଲିକୋଟ
