You are currently viewing ଡ୍ରେନ ନାହିଁ, ଅପରିସ୍କାର ପାଣି ରାସ୍ତାରେ ବହୁଛି, ଏନ୍‌ଏସି କାର୍ଯ୍ୟାଳୟରେ ଅଭିଯୋଗ କଲେ ବିଷୋୟୀ ସାହି ବାସିନ୍ଦା
ଡ୍ରେନ ନାହିଁ, ଅପରିସ୍କାର ପାଣି ରାସ୍ତାରେ ବହୁଛି, ଏନ୍‌ଏସି କାର୍ଯ୍ୟାଳୟରେ ଅଭିଯୋଗ କଲେ ବିଷୋୟୀ ସାହି ବାସିନ୍ଦା

କୋଦଳା (୨୧/୦୯/୨୦୨୩)
ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ବିଷୋୟୀ ସାହିରେ ଡ୍ରେନ୍ ନଥିବାରୁ ଅପରିସ୍କାର ବାତାବରଣ ସୃଷ୍ଟି ହୋଇଛି। ଡ୍ରେନେଜ୍ ଅବ୍ଯବସ୍ଥା ଓ ପାଇଖାନା ପାଣି ରାସ୍ତାରେ ଯିବାକୁ ନେଇ ଗୁରୁବାର ଏନଏସି କାର୍ଯ୍ୟାଳୟରେ ଅଧ୍ଯକ୍ଷକୁଂ ଭେଟି ଦାବି ଜଣାଇଛନ୍ତି କୋଦଳା ବିଷୋୟୀ ସାହି ବାସିନ୍ଦା।
କୋଦଳା ଏନଏସି ଅନ୍ତର୍ଗତ ୧୦ ନମ୍ବର ଓ୍ବାର୍ଡର ବିଷୋୟୀ ସାହିରେ ଡ୍ରେନେଜ୍ ଅବ୍ଯବସ୍ଥା।ଡ୍ରେନ ନଥିବାରୁ ରାସ୍ତାରେ ଜମି ରହୁଛି ମଇଳା ପାଣି। ଏପରିକି ପାଇଖାନା ରୁ ନିର୍ଗତ ଦୂଷିତ ପାଣି ରାସ୍ତାରେ ଯାଉଥିବା ଯୋଗୁଁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ବିଷୋୟୀ ସାହିର ବହୁ ମହିଳା ମାନେ ଏନଏସି କାର୍ଯ୍ୟାଳୟରେ ପହଞ୍ଚି ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କୁ ଏକ ଲିଖିତ ଅଭିଯୋଗ କରିବା ସହ ସମସ୍ଯାର ସମାଧାନ ନିମନ୍ତେ ଅନୁରୋଧ କରିଛନ୍ତି। ପରେ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଉକ୍ତ ସାହିରେ ପହଞ୍ଚି ସ୍ଥିତି ଦେଖିବା ସହ ଏନେଇ ପଦକ୍ଷେପନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଳାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।