You are currently viewing ରାମେଶ୍ବର ଷ୍ଟାଡିୟମ୍ ରେ ମାର୍ଚ୍ଚ ୧୯ ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଶ୍ରୀ ଶ୍ରୀ ଜଗନ୍ନାଥ ମୋହତ୍ସବ।
ରାମେଶ୍ବର ଷ୍ଟାଡିୟମ୍ ରେ ମାର୍ଚ୍ଚ ୧୯ ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଶ୍ରୀ ଶ୍ରୀ ଜଗନ୍ନାଥ ମୋହତ୍ସବ।

ସୋନପୁର(୧୮/୩/୨୫): ( ରଞ୍ଜନ ହୋତା )ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମ୍ ରେ ମାର୍ଚ୍ଚ ୧୯ ରୁ ୨୫ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ଜଗନ୍ନାଥ ମୋହତ୍ସବ ଅନୁଷ୍ଠିତ ହେବା ନେଇ କମିଟି ସଭାପତି ଗଦାଧର ବାରିକ ଓ ସମ୍ପାଦକ ଶ୍ୟାମା ଓଁ ପ୍ରସାଦ ମିଶ୍ର ହୋଟେଲ ମୁନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି। ମହୋତ୍ସବ ର ମୁଖ୍ୟ ମାର୍ଗଦର୍ଶକ ମହନ୍ତ ବଂଶୀଧର ମହାରାଜ ଥିବା ବେଳେ ମୁଖ୍ୟ ପୂଜକ ପଣ୍ଡିତ ରାଜୀବ ଲୋଚନ ପଣ୍ଡା ନିୟୋଜିତ ହୋଇଛନ୍ତି।୧୮ ତାରିଖ ଦିନ ପାତାଳୀ ଶ୍ରୀକ୍ଷେତ୍ର ରୁ ଦାରୁ ଙ୍କୁ ଏକ ଟ୍ରାକ୍ଟର ଯୋଗେ ଅଣାଯାଇ ଥିବା ବେଳେ ଗ୍ରାମ ମାନଙ୍କ ରେ ପୂଜା ଅର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ୧୯ ତାରିଖ ଦିନ ସ୍ଥାନୀୟ ବ୍ଲକ୍ ଛକ ରୁ ଷ୍ଟାଡିୟମ୍ ପର୍ଯ୍ୟନ୍ତ ୧୦୦୦ ମହିଳାଙ୍କ ନେଇ ଏକ କଳସ ଶୋଭାଯାତ୍ରା ମଧ୍ୟ ରେ ଉତ୍ସବ ସ୍ଥାନକୁ ନିଆଯିବ। ଏହି ଉତ୍ସବ ରେ ଚଞ୍ଚଳ ନାଥ ଅଘୋରି ମଧ୍ୟ ଆସିବାକୁ ଥିବା ବେଳେ ପ୍ରାୟେ ୧୦୦ ଜଣ ସାଧୁ ରହିବା ବ୍ୟବସ୍ଥା ଥିବା କଥା ସମ୍ପାଦକ ଶ୍ରୀ ମିଶ୍ର ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି।୨୦ ରୁ ୨୫ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୭.୩୦ ରୁ ୫ ଟା ପର୍ଯ୍ୟନ୍ତ ବିଷ୍ଣୁ ମହାଯଜ୍ଞ ଅନୁଷ୍ଠିତ ହେବ।୩୨ ବର୍ଷ ରେ ହୋଇଥିବା ଜଗନ୍ନାଥ ଙ୍କ ୩୨ ବେଶ ପ୍ରତିମୂର୍ତ୍ତି କରାଯାଇ ୩୨ ବ୍ରାହ୍ମଣ ଙ୍କ ଦ୍ଵାରା ଯଜ୍ଞ ଅନୁଷ୍ଠିତ ହେବା ନେଇ ଶ୍ରୀ ବୈକୁଣ୍ଠ ଶତପଥୀ ଆଲୋକପାତ କରିଥିଲେ। ତିନି ଦିନ ପ୍ରବଚନ ହେବାକୁ ଥିବାବେଳେ ଦୁଇ ଦିନ ଭଜନ ସମାରୋହ ଅନୁଷ୍ଠିତ ହେବା ନେଇ ଶ୍ରଦ୍ଧାଞ୍ଜଳି ମିଶ୍ର ବକ୍ତବ୍ୟ ରଖିଥିଲେ। ସ୍ଥାନୀୟ ରାମେଶ୍ବର ମନ୍ଦିର ପ୍ରାଙ୍ଗଣ ରେ ୨୨ ତାରିଖ ରୁ ୨୪ ପ୍ରହରୀ ନାମ ସଙ୍କୀର୍ତ୍ତନ ଆରମ୍ଭ ହୋଇ ୨୫ ତାରିଖ ସମାପନ ହେବ କହି ଶ୍ରୀମତୀ ଆରତୀ ଖମାରୀ ବକ୍ତବ୍ୟ ରଖିଥିଲେ। ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଜଗନ୍ନାଥ ଙ୍କ କୃପାରୁ ଏକ ସୁନ୍ଦର୍ ଆୟୋଜନ ସୁରୁଖୁରୁରେ ହେବା ନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଭାରତ ବର୍ଷ ର ଅଦ୍ୱିତୀୟ ସ୍ୱାଧିକା ଚଞ୍ଚଳ ନାଥ ଅଘୋରୀ ଆସୁଥିବା ନେଇ କମିଟି ସମ୍ପାଦକ ଶ୍ରୀ ମିଶ୍ର ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି।