You are currently viewing ପ୍ରବେଶ ଓ ଖଡ଼ିଛୁଆଁ ପାଇଁ ଶିଶୁଙ୍କୁ ନିମନ୍ତ୍ରିତ କଲେ ବିଡ଼ିଓ ଏବଂ ଶିକ୍ଷାଧିକାରୀ।
ପ୍ରବେଶ ଓ ଖଡ଼ିଛୁଆଁ ପାଇଁ ଶିଶୁଙ୍କୁ ନିମନ୍ତ୍ରିତ କଲେ ବିଡ଼ିଓ ଏବଂ ଶିକ୍ଷାଧିକାରୀ।

ସାନଖେମୁଣ୍ଡି :ନୂତନ ଜାତୀୟ ଶିକ୍ଷାନୀତି ଅନୁଯାୟୀ ୫ ବର୍ଷରୁ ଉର୍ଦ୍ଧ୍ବ ବୟସ ଶିଶୁଙ୍କ ଘର କୁ ଘର ବୁଲି ଅଭିଭାବକଙ୍କୁ ସଚେତନ କରାଯାଉଛି। ଆସନ୍ତା ୨ ତାରିଖରେ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ନିମନ୍ତେ ଫୁଲ ଚନ୍ଦନ ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ନିମନ୍ତ୍ରଣ ପତ୍ର ଶିଶୁ ଓ ଅଭିଭାବକଙ୍କୁ ପ୍ରଦାନ କରାଯାଇଛି। ସାନଖେମୁଣ୍ଡି ବ୍ଲକ୍ ମହାନଳା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଳନ ନିମିତ୍ତ ବ୍ଲକ୍ ବିଡ଼ିଓ ଜିତେନ୍ଦ୍ରକୁମାର ମିଶ୍ର ଗୋଷ୍ଠୀ ଶିକ୍ଷାଧିକାରୀ କୁରେଶୁ ସେଠୀ ଅଧ୍ୟାପକ ଡ଼ ପ୍ରଣବାନନ୍ଦ ପାଟଯୋଷି ପ୍ରମୁଖ ମହାନଳା ଗ୍ରାମରେ ଶିଶୁଙ୍କ ଘର କୁ ଘର ବୁଲି ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ଗୋଷ୍ଠି ସାଧନ କେନ୍ଦ୍ର ସଂଯୋଜକ ସୁଶାନ୍ତକୁମାର ସାହୁ ପୂର୍ବତନ ସିଆରସିସି ଶଙ୍କର୍ଷଣ ସେଠୀ ସ୍କୁଲ ସଭାପତି ନିଶାନ୍ତକୁମାର ନାୟକ ପୂର୍ବତନ ସଭାପତି ବିନାୟକ ଦାଶ ଶିକ୍ଷକ ବିଦେଶୀ ସାହୁ ଜି କବିତା ପ୍ରମୋଦ ବାଡତ୍ୟା ଗଣେଶ ଦଳେଇ ସନ୍ତୋଷକୁମାର ସେଠି ସନ୍ଧ୍ୟାରାଣୀ ଦୋରା। ଅଳକା ତ୍ରିପାଠୀ ରୂପାଲି ସେଠି ଅଙ୍ଗନବାଡ଼ି କର୍ମୀ ବନିତାକୁମାରି ରଥ ସହାୟିକା ମନାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।