ଅନୁଗୁଳ : (ଦିଲୀପ କୁମାର ଚୋପଦାର ) ଜିଲ୍ଲାର ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ ବଲଣ୍ଡା ଡେଲି ମାର୍କେଟ ଛକ ନିକଟରେ ମିଶନ ଶକ୍ତି ର ମାଁ ମାନେ ନିଜ ନିଜ ର ଆର୍ଥିକ ସ୍ଵାଧୀନତା ପାଇଁ ବ୍ୟବସାୟୀକ ଷ୍ଟଲ ଖୋଲିବା ପାଇଁ ଆଗଭର ହୋଇଛନ୍ତି । ଆଜି ଶ୍ରମିକ ଦିବସ ଅବସରରେ ଓଡ଼ିଆ ସଂସ୍କୃତି ତଥା ପାରମ୍ପରିକ ଖାଦ୍ୟ ଯଥା ପିଠା , ପୁଡ଼ି , ଇଟିଲି ସାଙ୍ଗକୁ ଚଟଣୀ, ଆଳୁ ମଟର ତରକାରୀ , ଝୋଳ, କାକରା, ମଣ୍ଡା, କରଞ୍ଜି, ଫଳରସ, ଲସି , ଇତ୍ୟାଦି ପ୍ରସ୍ତୁତ କରି ଶୁଭାରମ୍ଭ କରିଛନ୍ତି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ପୂର୍ବ ସାଂସଦ ଶ୍ରୀ ମହେଶ ସାହୁ, ସମ୍ମାନିତ ଅତିଥି ରୂପେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଲିମିଟେଡ ର ସଭାପତି ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା

ପରିଷଦ ସଭ୍ୟ ସୁଶ୍ରୀ ରିତାରାଣୀ ଦାଶ , ଓଡ଼ିଶା ଜୀବିକା ମିଶନ ଅଧିକାରୀ ସଞ୍ଜୀବ କୁମାର , ଆଶୁତୋଷ ମହାଳିକ , ପ୍ରଦ୍ୟୁମ୍ନ ମିଶ୍ର ଆଦି ଯୋଗ ଦେଇ ମହିଳା ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ବିଷୟ ରେ ସଚେତନତା ବାର୍ତ୍ତା ଦେଇଛନ୍ତି । ବ୍ୟବସାୟ ର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ମହିଳା ମାନଙ୍କ କହିବା କଥା ଯେ, ଓଡ଼ିଶା ଜୀବିକା ମିଶନ ଅଧିକାରୀ ମାନେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଜିଲ୍ଲା ପରିଷଦ ସଭ୍ୟା ରିତା ରାଣୀ ଦାଶ ଙ୍କ ଉଦ୍ୟମରେ ୧୦ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ ର ସମ୍ମିଳିତ କାର୍ଯ୍ୟକ୍ରମ ଅନୁଯାୟୀ ବିଭିନ୍ନ ପ୍ରକାରର ଷ୍ଟଲ ଖୋଲା ଯାଇଛି ଏବଂ ଆଗକୁ ପ୍ରଦିଦିନ ପାରମ୍ପାରିକ ଓଡ଼ିଆ ଖାଦ୍ୟ ଏବଂ ଜଳଖିଆ , ଲସି ଆଦି ପ୍ରସ୍ତୁତ କରି ବ୍ୟବସାୟ କରାଯିବ । ଏହା ଏକ କୋଇଲା ଖଣି ଅଞ୍ଚଳ ହୋଇଥିବାରୁ ବ୍ୟବସାୟ ନିଶ୍ଚିତ ଆଗେଇବ ବୋଲି ଆମ ମାନଙ୍କ ଆଶା ରହିଛି ବୋଲି ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ସଦସ୍ୟା ମାନେ ଦୃଢକ୍ତି ପ୍ରକାଶ କରିଛନ୍ତି ।

