କୋଦଳା – ଯୁବ ରେଡକ୍ରସ୍ ତରଫରୁ ଆଜି ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦୟାଳୟ ରେ(ରେଡ ରିବନ୍ କ୍ଳବ୍) ୟୁଥ୍ ଡେ ପାଳନ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ରଘୁନାଥ ମୁଦୁଲି ସଭାପତିତ୍ବ କରଥିବାବେଳେ ରେଡକ୍ରସ ସଂଯୋଜକ ଶ୍ରୀ ସାଗର ଚାନ୍ଦ୍ ପାତ୍ର ପରିଚାଳନା ଦାୟିତ୍ଵ ତୁଲାଇଥିଲେ। ବିଭିନ୍ନ କମ୍ପିତେସନ୍ ରେ ବିଚାରକ ଭାବେ ଶ୍ରୀମତୀ ରଞ୍ଜୁବାଲା ନନ୍ଦ, ଗୃହଲକ୍ଷ୍ମୀ ସାହୁ, ଜ୍ୟୋସ୍ନା ରାଣୀ ସାହୁ ଓ ଶ୍ରୀ ବିନୋଦ କୁମାର ମିଶ୍ର ତଦାରଖ କରିଥିଲେ । ପରିଚାଳନା ପରିଷଦ ସଭାପତି ଶ୍ରୀ ଏସ୍, ସୂର୍ଯୟନାରାୟଣ ଦୋରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ପରିଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇ ସଭାପତି ଙ୍କ ଦ୍ଵାରା ସଭା ସାଙ୍ଗକରାଯାଇଥିଲା ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
