ଗଣିଆନାଳ ୫/୭/୨୫ ବଡ଼ଏକାଦଶୀ ଅବସରରେ ବାହୁଡ଼ା ରଥଯାତ୍ରା ଉପଲକ୍ଷେ ସିଦ୍ଧନାଥ ନାଟ୍ୟ ସଂଘ ଏକ ସାମାଜିକ ନାଟକ “କହିବାକୁ ଲାଜ ଶୁଣିଲେ ପାପ” ଆଜି ଅର୍ଥାତ୍ ୬/୭/୨୫ ରେ ପରିବେଷଣ କରିବେ।
ନାଟକଟିର ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀ ସ୍ୱପ୍ନେଶ୍ୱର ପ୍ରଧାନ। ସଂଗୀତ ନିର୍ଦ୍ଦେଶନାରେ ଅଛନ୍ତି ବୁଡୁ ଓ ମିନୁ ସାଥୀ । କାର୍ଯ୍ୟକ୍ରମର ପରିଚାଳନା କରିବେ ଶ୍ରୀ ବିଜୟ କୁମାର ପ୍ରଧାନ । ଏହି ସାଂସ୍କୃତିକ ଆୟୋଜନରେ ସ୍ଥାନୀୟ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ରହିଛି ।
ଏହି ନାଟକ ମାଧ୍ୟମରେ ସମାଜରେ ପ୍ରଚଳିତ କୁସଂସ୍କାର ବିରୋଧରେ ସଚେତନତା ସୃଷ୍ଟି କରାଯିବ ବୋଲି ସଂଗଠକମାନେ ଜଣାଇଛନ୍ତି । ରଥଯାତ୍ରା ପରବର୍ତ୍ତୀ ଉତ୍ସବପର୍ବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହେଉଛି ।