You are currently viewing ସାନଖେମୁଣ୍ଡି ରୁ ଶିକ୍ଷା ପାଇବେ ୧୦ ଓଏସ୍ ଶିକ୍ଷାର୍ଥୀ।
ସାନଖେମୁଣ୍ଡି ରୁ ଶିକ୍ଷା ପାଇବେ ୧୦ ଓଏସ୍ ଶିକ୍ଷାର୍ଥୀ।

ସାନଖେମୁଣ୍ଡି ୨୪/୮ଓଡ଼ିଶା ପ୍ରଶାସନିକ ସେବା ଓ ଏ ଏସ୍ ପାଠ୍ୟକ୍ରମ ଶିକ୍ଷାର୍ଥୀ ଙ୍କ କ୍ଷେତ୍ରୀୟ ତାଲିମ୍ କାର୍ଯ୍ୟକ୍ରମ ଓଡ଼ିଶା ବ୍ୟାପୀ ଆରମ୍ଭ ହୋଇଛି। ଗୋପବନ୍ଧୁ ଏକାଡେମୀ ରେ ଓ ପ୍ର ସେ ପାଠ୍ୟକ୍ରମ ପରେ ଶିକ୍ଷାର୍ଥୀ ମାନଙ୍କୁ ତୃଣମୂଳ ସ୍ତରରେ ସରକାରୀ କାର୍ଯକ୍ରମର ସଫଳ ରୂପାୟନ ନିମିତ୍ତ ବାସ୍ତବ କ୍ଷେତ୍ର କୁ ପଠାଯାଇଛି ।oas ଶିକ୍ଷାର୍ଥୀ ମାନେ ପଞ୍ଚାୟତ ଗ୍ରାମାଞ୍ଚଳ ଯାଇ ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ଜନସ୍ବାସ୍ଥ୍ୟ ପାନୀୟ ଜଳ ଶିଶୁ ବିକାଶ ସେବା ରାଜସ୍ବ ପଞ୍ଚାୟତ ବ୍ୟବସ୍ଥା ମନରେଗା ରୂପାୟନ ମୃତ୍ତିକା ସଂରକ୍ଷଣ ପ୍ରଭୃତି ସରକାରୀ ଯୋଜନା ର ରୂପରେଖ ଓ ରୂପାୟନ ଦିଗରେ ବ୍ଲକ୍ ପଞ୍ଚାୟତ ଗ୍ରାମ ପହଞ୍ଚି ତଦାରଖ ସହ ଜ୍ଞାନ ପାଇ ଚାକିରୀ ପାଇଲା ପରେ ଏଥିର ସଫଳ ରୂପାୟନ କରିବେ। ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ବାବଧାନରେ ଆଜି ସାନଖେମୁଣ୍ଡି ବ୍ଲକ୍ କାର୍ଯ୍ୟାଳୟ କୁ ୧୦ ଜଣ ଓପ୍ରସେ ଶିକ୍ଷାର୍ଥୀ ଆସିଥିଲେ। ବ୍ଲକ୍ ଆଭାଷି ଗୃହ ରେ ସରକାରି ଯୋଜନା ସମୂହ ର ରୂପାୟନ ସମ୍ପର୍କିତ ଭିଡ଼ିଓ ଚିତ୍ର ଦେଖିଥିଲେ। ବ୍ଲକ୍ ର ପୋଡ଼ାମାରି ପଦ୍ମପୁର ପଞ୍ଚାୟତ ର ଗ୍ରାମ ଗୁଡ଼ିକୁ ବୁଲି ଗୋପବନ୍ଧୁ ଏକାଡେମୀ ଓ ଏ ଏସ ପ୍ରଶିକ୍ଷାର୍ଥ ମାନେ ଜ୍ଞାନ ସଂଗ୍ରହ କରିବେ ଓ ସପ୍ତାହ ବ୍ୟାପୀ ସାନଖେମୁଣ୍ଡିର ଦୁଇ ପଞ୍ଚାୟତ ବୁଲିବେ ବୋଲି ପ୍ରକାଶ ପାଇଛି।ବ୍ଲକ୍ ଆଭାଷୀ ଗୃହ ଓପ୍ରସେ ଶିକ୍ଷାର୍ଥୀ ଙ୍କ ତାଲିମ୍ କାର୍ଯ୍ୟକ୍ରମ ରେ ବିଡ଼ିଓ ବିଇଓ ସିଦିପିଓ ପାନୀୟ ଜଳ ଯନ୍ତ୍ରୀ ନରେଗା ଅଧିକାରୀ ଉନ୍ନୟନ ସହକାରି ଯନ୍ତ୍ରୀ ସମେତ ସମସ୍ତ ବିଭାଗୀୟ ଅଧିକାରୀ କର୍ମଚାରୀ ଉପସ୍ଥିତ ରହି ଆଲୋଚନା କରିଥିଲେ।