ମୁନିଗୁଡା ୭/୧୦ ଶଙ୍କର ରାଓ
ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ଦ୍ୱାରା ମୁନିଖୋଲ ଠାରେ ଏକ ଘରରୁ ଚୋରି ହୋଇଥିବା ଘଟଣାରେ ଘଟଣାର ପର୍ଦାଫାଶ କରିଛି l ସୂଚନା ଅନୁଯାଇ ସେପେଟେମ୍ବର ୨୬ ତାରିଖ ରାତିରେ ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ ଠାରେ ଚିତ୍ତରଞ୍ଜନ ମିଶ୍ରଙ୍କ ଘରେ କେହି ନଥିବାର ସୁଯୋଗ ନେଇ ରାତ୍ରରେ ସୁନା ଗୋହଣା, ରୁପା ଓ ନଗଦ ଟଙ୍କା ଚୋରି ହୋଇଥିବା ନେଇ ମୁନିଗୁଡା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା l ଅଭିଯୋଗକୁ ଭିତ୍ତି କରି ମୁନିଗୁଡା ଏସ୍ଡ଼ିପିଓ ସନ୍ତୋଷିନୀ ଓରାମଙ୍କ ନିର୍ଦେଶ କ୍ରମେ ଥାନା ଅଧିକାରୀ ସୌଦାମିନୀ ବେହେରାଙ୍କ ନେତୃତ୍ୱରେ ଏସଆଇ ବିକାଶ ଦେବନାଥଙ୍କ ସମେତ ଏଏସଆଇ ଜୟଚନ୍ଦ୍ର ସାହୁ ଓ ଅନ୍ୟ ଅଧିକାରୀ ମାନେ ବିଭିନ୍ନ ସୂତ୍ରରୁ ଯାଞ୍ଚ ଓ ତଦନ୍ତ ଆରମ୍ବ କରିଥିଲେ l ପରେ ଏହି ଚୋରି ଘଟଣାରେ ଚାନ୍ଦିଲି ଥାନା ଅଞ୍ଚଳର ଅଜୟ ବାଗ,ସାଜିତ କରକାରିଆ ଓ ମୁନିଗୁଡା ଥାନା ଅଞ୍ଚଳର ପ୍ରମୋଦ ସୁନା, ଅରମାନ ଭାତ୍ରା, ପିଣ୍ଟୁ ଟାକ୍ରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ l ସୁଚନା ଅନୁଯାୟୀ ଅଜୟ ବାଗ ଚୋରୀ ସୁନାକୁ ବନ୍ଧକ ରଖି ରାୟଗଡାସ୍ଥିତ ଇଣ୍ଡେଲ ମୋନୀ ନାମକ ଏକ ପ୍ରାଇଭେଟ ବେଙ୍କରୁ ୩ ଲକ୍ଷ ଟଙ୍କା ଲୋନ ଉଠାଇଥିବା ବେଳେ ଏହି ଟଙ୍କା ଭୁପେନ୍ଦ୍ର ସୁନା ନାମକ ଜଣକ ଏକାଉଣ୍ଟ୍ କୁ ଟଙ୍କା ଯାଇଥିବାରୁ ପୋଲିସ ଭୂପେନ୍ଦ୍ରକୁ ମଧ୍ୟ ଗିରଫ କରିଛି। ଏନେଇ ମୁନିଗୁଡା ଥାନା କେଶ ନମ୍ବର ୧୯୩/୨୫ ରେ ମାମଲା ରୁଜୁ କରି ଏମାନଙ୍କ ଠାରୁ ନଗଦ ୮ ହଜାର ଟଙ୍କା ସୁନା ଚେନ ଓ ରୁପା ପାଉଁଜି ସହ ସୁନା ଗହଣା ଯବତ କରାଯାଇଥିବା ବେଳେ ସମ୍ପୃକ୍ତ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୁଚନା ଦେଇଛନ୍ତି ଏସ୍ଡ଼ିପିଓ ସନ୍ତୋଷିନୀ ଓରାମ ।