You are currently viewing ପଳାସପୁରରେ କ୍ଲଷ୍ଟର ସ୍ତରୀୟ ସୁରଭି ଆୟୋଜିତ
ପଳାସପୁରରେ କ୍ଲଷ୍ଟର ସ୍ତରୀୟ ସୁରଭି ଆୟୋଜିତ

ସାନଖେମୁଣ୍ଡି ୧୧/୧୦ ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷା ବିଭାଗ ଅନ୍ତର୍ଗତ ସାହାସପୁର ହାଟପଦା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପଳାସପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଉଦଘାଟନ ଉତ୍ସବରେ ପଞ୍ଚାୟତ ହାଇ ସ୍କୁଲ୍ ସାହାସପୁର ର ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସ୍ଵାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ତାନୀୟ ସରପଞ୍ଚ ଜାଗିଲି ସେଠୀ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ସଭାପତି ଶିବ ବେହେରା ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ଦିଲୀପ କୁମାର ସେନ ସମ୍ବଳ ଶିକ୍ଷକ ଶ୍ରୀ ହିମାଂଶୁ ଦାଶ ଯୋଗ ଦେଇଥିଲେ । କାର୍ଯକ୍ରମ କୁ ଆଂଚଳିକ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସୁଶାନ୍ତ କୁମାର ସାହୁ ପରିଚାଳନା କରିଥିଲେ ।

ପ୍ରଧାନ ଶିକ୍ଷକ ଶ୍ରୀମତୀ ସୁନୀତି ପ୍ରଭା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନ ଶିକ୍ଷକ ଉମା ପଟନାୟକ ବାବୁଲା କୁମାର ସାହୁ ସୁଧାଂଶୁ ପଟ୍ଟନାୟକ ଶିକ୍ଷକ ଗଣେଶ ଦଳେଇ ଦିଲିପ ସ୍ବାଇଁ ଶଙ୍କର ପ୍ରଧାନ ଡି ମୁକେଶ ପାତ୍ର ମାଧବ ସେଠୀ ଙ୍କ ସମେତ କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ । ପ୍ରବନ୍ଧ ବକ୍ତୃତା କଣ୍ଠ ସଙ୍ଗୀତ ପ୍ରଭୃତି ପ୍ରତିଯୋଗିତାରେ କୃତୀ ଶିକ୍ଷାର୍ଥୀ ମାନଙ୍କୁ ବ୍ଲକ୍ ସ୍ତରୀୟ ସୁରଭି ନିମିତ୍ତ ଚୟନ କରାଯାଇଥିଲା ।

ରିପୋର୍ଟ ବିନାୟକ ଦାସ