You are currently viewing ଜାତୀୟ ପର୍ଯ୍ୟଟନ ମହୋତ୍ସବ ଏବଂ ଜାତୀୟ କ୍ଷୁଦ୍ର ଚଳଚିତ୍ର ମହୋତ୍ସବ
ଜାତୀୟ ପର୍ଯ୍ୟଟନ ମହୋତ୍ସବ ଏବଂ ଜାତୀୟ କ୍ଷୁଦ୍ର ଚଳଚିତ୍ର ମହୋତ୍ସବ

ଜାତୀୟ ପର୍ଯ୍ୟଟନ ମହୋତ୍ସବ ବ୍ରହ୍ମପୁରର ଗଂଜାମ କଳା ପରିଷଦ ଠାରେ ଦୁଇଦିନ ଧରି ଯଥା ୧୮ ଏବଂ ୧୯ ଅକ୍ଟୋବରରେ ପାଳନ କରାଗଲା I ଏହାର ମୁଖ୍ୟ ଆକର୍ଷଣ ଥିଲା ଜାତୀୟ କ୍ଷୁଦ୍ର ଚଳଚିତ୍ର ମହୋତ୍ସବ I ଏହି ଜାତୀୟ କ୍ଷୁଦ୍ର ଚଳଚିତ୍ର ମହୋତ୍ସବ ହିଞ୍ଜିଳିକାଟୁର ନୃତ୍ୟମ କଳା ଗବେଷଣା କେନ୍ଦ୍ର ଆୟୋଜନ କରିଥିଲା I ଏହାର ନିର୍ଦ୍ଦେଶନା ଭାର ଦୀର୍ଘ ୩ ବର୍ଷ ଧରି କ୍ରିଷ୍ଣା ଡ଼ିକେ ନେଇଛନ୍ତି I ଜାତୀୟ ପର୍ଯ୍ୟଟନ ମହୋତ୍ସବ ନାରାୟଣ ମହାଙ୍କୁଡଙ୍କ ତତ୍ୱାବଧାନରେ ପରିଚାଳନା କରାଯାଇଥିଲା I ଏଥିରେ ମୁଖ୍ୟଅତିଥି ଭାବେ ଓଡ଼ିଆ ଚଳଚିତ୍ର ଗବେଷକ ଏବଂ ସମ୍ପାଦକ ଡାକ୍ତର.ଦିଲ୍ଲୀପ ପାଣି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆନ୍ତର୍ଜାତିକ ଲୋକକଳା ଗୁରୁ ନାରାୟଣ ମହାରଣା ,ଆନ୍ତର୍ଜାତିକ ଓଡିଶୀ ଗୁରୁ ଜୟନ୍ତ ଆଚାର୍ଯ୍ୟ ,ଜାତୀୟ ପୁରସ୍କାରପ୍ରାପ୍ତ ଚିତ୍ରକଳା ଗୁରୁ ଉମାଶଙ୍କର ଆଚରିଙ୍କ ସହ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଯୋଗଦେଇଥିଲେ I ଏହି ଚଳଚିତ୍ର ମହୋତ୍ସବରେ ପ୍ରାଚି ଭେଲି,ନୀରବତା ଦୃଷ୍ଟି,ମୋ ବାପା ହିରୋଜିର ,ଡଷ୍ଟବିନ,ଜାତୀୟ ସ୍ଥରରେ ଚାରିକାନ୍ଧ,ଅଦମ୍ୟ ଭଳି ୯ ଗୋଟି କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା I

ଏହି ଉତ୍ସବରେ ପ୍ରାଚି ଭେଲି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ମୋ ବାପା ହିରୋ ଜିରୋ ତୃତୀୟ ସ୍ଥାନରେ ଚୁଟକୀକୁ ପୁରସ୍କୃତ କରାଯାଇଥିଲା I ଏହି ବର୍ଷର ଶ୍ରେଷ୍ଠ ଚିତ୍ର ଉତୋଳନକାରୀ ଭାବେ ରଂଜିତ କୁମାର ରଥ,ଶ୍ରେଷ୍ଠ ନୃତ୍ୟଶିଳ୍ପୀ ଭାବେ ମୁନା ସାହୁ,ଶ୍ରେଷ୍ଠ ଅଭିନେତ୍ରୀ ଭାବେ କାଜଲ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା I ସମାଜ ପାଇଁ କ୍ଷୁଦ୍ର ଚଳଚିତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆଧାର କରି ଏକ ଆଲୋଚନା ଚକ୍ର କରାଯାଇଥିଲା I ଆଲୋଚନା ଚକ୍ରରେ ପ୍ରଯୋଜକ ଅତିସ କୁମାର ରାଉତ,ଚଳଚିତ୍ର ସମ୍ପାଦକ ଦିଲ୍ଲୀପ ପାଣି,ବରିଷ୍ଠ କଳାକାର ଶକ୍ତି ବରାଳ,କ୍ଷୁଦ୍ର ଚଳଚିତ୍ର ନିର୍ଦ୍ଦେଶକ କ୍ରିଷ୍ଣା ଡିକେ ଯୋଗଦେଇଥିଲେ I ସର୍ବଶେଷରେ ଶ୍ରେଷ୍ଠ କଳାକାର ଭାବେ ମନମୟ ଦେ,ଶକ୍ତି ବରାଳ,ଇ.ସଞ୍ଚିତା ପାତ୍ର ଏବଂ ଶ୍ରେଷ୍ଠ ଶିଶୁ କଳାକାର ଭାବେ ମୋନାଲିସା ପ୍ରଧାନ,ପରସିଥି ନାୟକ,ସୁଇଟି ସ୍ୱାଇଁ,ଶୁଭମ ସାହୁ ପୁରସ୍କୃତ ହୋଇଥିଲେ

I ପାଣି ଚଳଚିତ୍ରର ନିର୍ଦ୍ଦେଶକ ଅରୂପ ମହାରଣା,ଡଷ୍ଟବିନର ନିର୍ଦ୍ଦେଶକ ମହେଶ ଏସ୍ଟିଆର,ଚାରିକାନ୍ଧର ନିର୍ଦ୍ଦେଶକ ବିଶ୍ୱନାଥ ରଥ,ପ୍ରଯୋଜକ ଅତିସ କୁମାର ରାଉତ,ଅଦମ୍ୟର ନିର୍ଦ୍ଦେଶକ କ୍ରିଷ୍ଣା ଡିକେ ସମ୍ମାନିତ ହୋଇଥିଲେ I କାର୍ଯ୍ୟକ୍ରମ ପରିଚାଳନା ପ୍ରମୁଖ ଭୂମିକା କାଜଲ ବେହେରା,ଜସ୍ମିନ ସ୍ୱାଇଁ ନେଇଥିବା ବେଳେ ଏହିଭଳି ଜାତୀୟ ସ୍ତରୀୟ ଉତ୍ସବକୁ ଜାତୀୟ ପର୍ଯ୍ୟଟନ ବିଭାଗ ହାତକୁ ନେଇଥିବାରୁ ଚାରିଆଡୁ ପ୍ରସଂସାର ସୁଅ ଛୁଟୁଛି I