ବାଙ୍କୀ -ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିସରରେ ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ମହାପାତ୍ର ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ବନମାଳୀ ରାଉତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବାଙ୍କୀ ଡମପଡ଼ା ଶିକ୍ଷା ମଣ୍ଡଳର ଅତିରିକ୍ତ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା ମୁଖ୍ୟ ବକ୍ତା ଭାବେ ସାଧନା ସଂଯୋଜକ ଦିଲ୍ଲୀପ କୁମାର ସ୍ବାଇଁ, ସମ୍ମାନିତ ଅତିଥି ଭାବେ ଉକ୍ତ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ବେହେରା, ଦୁଲଣାପୁର ଉଚ୍ଚ ବିଦ୍ୟାଳୟ ବିଞାନ ଶିକ୍ଷକ ସନାତନ ରଣା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ମହାପାତ୍ର ଏକାଧାରରେ ଛାତ୍ର ବାତ୍ସଳ , ଆଦର୍ଶ, କର୍ତ୍ତବ୍ୟ ନିଷ୍ଠ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ସହକାରୀ ଶିକ୍ଷକ ତ୍ରିଲୋଚନ ନାୟକ, ନିମେଇଁ ଚରଣ ସାହୁ, ବିଜୟଲକ୍ଷ୍ମୀ ପରିଡ଼ା, ସଂଞ୍ଜବି କୁମାର ନାୟକ, ମନୋରମା ସାହୁ, ପ୍ରେମଲତା ଲେଙ୍କା, ପ୍ରମିଳା ମହାପାତ୍ର, ତପସ୍ୱିନୀ ମୂର୍ମୁ ଙ୍କ ସମେତ ବିଦ୍ୟାଳୟର ଶତାଧିକ ପ୍ରାକ୍ତନ ଛାତ୍ରଛାତ୍ରୀ ଦୁଲଣାପୁର ଗ୍ରାମ ବାସୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଶେଷରେ ଶଶଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

