ଖଲ୍ଲିକୋଟ ; 31/10 ଶୁକ୍ରବାର ଦିନ ଭାରତ ର ପ୍ରଥମ ଗୃହ ମନ୍ତ୍ରୀ ତଥା ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲ ଙ୍କ 150 ତମ ଜୟନ୍ତୀ ଉପଲକ୍ଷେ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଙ୍କ ନେତୃତ୍ୱ ରେ ଏକ ଗଣ ଦୌଡ ଖଲ୍ଲିକୋଟ ଥାନା ରୁ ବାହାରି ଖଲ୍ଲିକୋଟ ବସ ଷ୍ଟାଣ୍ଡ ରେ ପହଂଚି ଏକ ପଥ ପ୍ରାନ୍ତ ସଭା ରେ ସ୍ବର୍ଗତ ପଟେଲ ଙ୍କ ଅଖଣ୍ଡ ଭାରତ ଗଠନ ସ୍ବପ୍ନ ସମ୍ପର୍କ ରେ ସ୍ମୃତି ଚାରଣ କରିଥିଲେ |, ଉକ୍ତ ଗଣ ଦୌଡ ରେ ସମସ୍ତ ପୋଲିସ ଓ ଅବକାରୀ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ | ଏହି ଅବସର ରେ ଖଲ୍ଲିକୋଟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ବକ୍ତୃତା ଓ ଚିତ୍ରାଙ୍କନ ପି ପ୍ରବନ୍ଧ ପ୍ରତିଯୋଗିତା କରାଯାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା |, ଉକ୍ତ କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସେକେଣ୍ଡ ଅଫିସର କେଶବ ଷଡ଼ଙ୍ଗୀ ଓ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ର ସଭାପତି ଚକ୍ରପାଣି ସ୍ୱାଇଁ ଓ ସମ୍ପାଦଜ ରାମ ମୋହନ ପଣ୍ଡା ଓ ଶିକ୍ଷକେନ୍ଦ୍ର ର ଅଧକ୍ଷ କରୁଣାକର ପଟ୍ଟନାୟକ ଓ ଅପା ଭାଇ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ |
ରିପୋର୍ଟ : ମାଧବ ବେହେରା ଖଲ୍ଲିକୋଟ

