You are currently viewing ଘୋଡାହାଡ ଡ଼୍ୟାମରୁ ଛଡାଯିବ ପାଣି।
ଘୋଡାହାଡ ଡ଼୍ୟାମରୁ ଛଡାଯିବ ପାଣି।

ଦିଗପହଣ୍ଡି,୨୪|୧୧(ଶିବ ପ୍ରସାଦ ରଥ) ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଗୁରୁବାର ଠାରୁ ବର୍ଷା ହେବା ସମ୍ଭାବନା ରହିଛି। ଯାହାଫଳରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖମ୍ଭାରି ଗାଁ ନିକଟରେ ରହିଥିବା ଘୋଡାହାଡ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ହେବା ସମ୍ଭାବନା ଯୋଗୁଁ ନଦୀରେ ଜଳ ଛଡାଯିବା ଆଶଙ୍କା ରହିଛି। ଏନେଇ ଆଜି ଘୋଡାହାଡ ଜଳସେଚନ ଉପ ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।ନଦୀ ତଟବର୍ତ୍ତୀ ଶିରିପୁରୁ , ବୁରୁବନ୍ଧ,ଗୋଲଣ୍ଡା,ମଧୁବନ, ଏସ୍.ଟିକରପଡ଼ା,କଇଠଖଣ୍ଡି, ବୋରିପଦର, ପେଣ୍ଠା, ତଲାସିଙ୍ଗି, ଗୁମ୍ମା, ପନାଡ,ଜକମେରି ପଲ୍ଲୀ, ଜଲମେରି ପଲ୍ଲୀ, ଧେରେଣ୍ଡୀ, ମୌଳାଭଞ୍ଜା ,ଆମ୍ବ ଗାଁ, ତିଳେଶ୍ୱର,ମହାନଳା, ପଳାଶପୁର,ନୂଆଗଡ, ଖୁଲଡି, ଜଲମରା, ଭୁଇପଲ୍ଲୀ, ପାଟପୁର ଆଦି ଗ୍ରାମବାସୀଙ୍କୁ ଆଜି ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଦିଆଯାଇଛି। ଘୋଡ଼ାହାଡ ଡ଼୍ୟାମରେ ୯୯ଭାଗ  ଅର୍ଥାତ୍ ୧୧୭.୬୬ ମିଟର ପାଣି ଗଚ୍ଛିତ ରହିଥିବା ଉପ ନିର୍ବାହୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ ସୂଚନା ଦେଇଛନ୍ତି। ଡ଼୍ୟାମ ରୁ ନଦୀଗର୍ଭକୁ ପାଣି ଛଡ଼ାଯିବା ନେଇ ବିଭାଗ ପକ୍ଷରୁ ପକ୍ଷରୁ ସରକାରୀ ଦପ୍ତର, ପୁଲିସ୍ ଓ ଦମକଳ କେନ୍ଦ୍ର ଗୁଡ଼ିକୁ ସୂଚନା ଦିଆଯାଇଛି।