You are currently viewing ଆମ୍ବପୁଆ ପଂଚାୟତରେ ଜାତୀୟ ବାଳିକା ଦିବସ
ଆମ୍ବପୁଆ ପଂଚାୟତରେ ଜାତୀୟ ବାଳିକା ଦିବସ

ବେଲଗୁଣ୍ଠା, 24/01,ବାଳିକା ସୁରକ୍ଷା ନିମନ୍ତେ ଆଜି ବେଲଗୁଣ୍ଠା ବ୍ଳକ୍ ଆମ୍ବପୁଆ ପଂଚାୟତରେ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି I ଆମ୍ବପୁଆ ପଂଚାୟତ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ କୁମାର ଶତପଥୀ, ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ସିଡିପିଓ ଗାୟତ୍ରୀ ମିଶ୍ର, ଉଦ୍ୟାନ ବିଭାଗ ସମ୍ପ୍ରସାରଣ ଅଧିକାରୀ,ଆମ୍ବପୁଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରମୁଖ ଉପସ୍ଥିତ ରହି ବାଳିକା ମାନଙ୍କ ସାମାଜିକ ସୁରକ୍ଷା, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିଥିଲେ I ବିଶେଷ କରି ବାଳିକା ମନଙ୍କୁ ପୁଷ୍ଟିକର ଆହାର ଯୋଗାଇଦେବା କ୍ଷେତ୍ରରେ ବାପା, ମାଆ ଏବଂ ସରକାରଙ୍କ ଦାୟିତ୍ୱ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଉପସ୍ଥିତ ଅତିଥି ମାନେ ଆଲୋଚନା କରିଥିଲେ I ଏହି ଅବସରରେ ଶିଶୁ କନ୍ୟା ମାନଙ୍କ ସକାଶେ ମାଆ ମାନଙ୍କୁ ଉଦ୍ୟାନ ବିଭାଗ ତରଫରୁ ପୁଷ୍ଟି ପ୍ରୟାସ କିଟ୍, ଅମୃତଭଣ୍ଡା, ସଜନା ଛୁଇଁ ଚାରା ଏବଂ ବିଭିନ୍ନ ଚାରା ମଞ୍ଜି ବିତରଣ କରାଯାଇଥିଲା I କାର୍ଯ୍ୟକ୍ରମରେ ପଂଚାୟତର ବହୁତ ମାଆ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ଏବଂ ସୁପରଭାଇଜର୍ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ