ଖଲ୍ଲିକୋଟ :19/12 ବଜାର ରେ ବର୍ଷ ସାରା ଫୁଲ ର ଚାହିଦା ଥିବା ବେଳେ ଶୀତ ଦିନରେ ମୁଖ୍ୟତଃ ପର୍ବପର୍ବାଣି ରେ ଗେଣ୍ଡୁ ଫୁଲ ର ଅଧିକ ପସନ୍ଦ ହୋଇଥାଏ |ମାର୍ଗଶିର ମାସରେ ମାଣବସା ରେ ଲକ୍ଷ୍ମୀ ପୂଜା ପାଇଁ ଗେଣ୍ଡୁ ଫୁଲ ଅଧିକ ମାତ୍ର ରେ ବିକ୍ରି ହୋଇଥାଏ |ବଜାର ରେ ବର୍ତମାନ ଗେଣ୍ଡୁ ଫୁଲ କିଲୋ 160 ଟଙ୍କା |ତଥାପି ପ୍ରତ୍ୟେକ ଘରେ ମହିଳା ମାନେ ଏହି ଫୁଲ କିଣିଥାନ୍ତି |ବର୍ଷ ତମାମ ସବୁ ଅ|ନୁଷ୍ଠାନିକ କାର୍ଯ୍ୟ ସର୍ବୋପରି ବିବାହ, ବ୍ରତ, ଘର ପ୍ରତିଷ୍ଠା ସାଙ୍ଗକୁ ବିଭିନ୍ନ ରାଜନୈତିକ ଦଳ ମାନଙ୍କୁ ଗେଣ୍ଡୁ ଫୁଲ ବହୁ ପରିମାଣ ରେ ଆବଶ୍ୟକ ଥାଏ |ତେବେ ଗଞ୍ଜାମ ରେ ଫୁଲ ର ଅଧିକ ଚାହିଦା କୁ ଆଖି ଆଗରେ ରଖି ମହିଳା ମାନେ ଏସ ଏଚ ଜି ଜରିଆରେ ଫୁଲ ଚାଷ କରିବା ପାଇଁ ମହିଳା ମାନେ ଆଗ୍ରହ ପ୍ରକାଶ କରୁଥିବା ର ଦେଖିବାକୁ ମିଳୁଛି |ମହିଳା ମାନେ ନିଜ ଘର ବାଡ଼ିପଟେ ଗେଣ୍ଡୁ ଫୁଲ ଚାଷ କରି ସ୍ୱାବଲମ୍ବୀ ହେବା ପାଇଁ ଉଦ୍ୟମ କରୁଛନ୍ତି | ଉଦ୍ୟାନ କୃଷି ମିଶନ ବିଭାଗ ତରଫରୁ ଗେଣ୍ଡୁ ଫୁଲ ଚାଷ ପାଇଁ 16 ଶହ ଟଙ୍କା ସହାୟତା ରାଶି ଯୋଗାଇ ଥିବା ବେଳେ ଫ୍ଲୋରି କଲଚର କାର୍ଯ୍ୟକ୍ରମ ମାଧ୍ୟମ ରେ 12 ଶହ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି |ଉକ୍ତ ମହିଳା ମାନେ ନିଜ ବାଡ଼ି ବଗିଚା ରେ ମାତ୍ର ଏକ ଭରଣ ଜମି ରେ ଗେଣ୍ଡୁ ଫୁଲ ଚାଷ କରିଥାନ୍ତି | ଏହି ଯୋଜନା ମାଧ୍ୟମ ରେ ଖଲ୍ଲିକୋଟ ବ୍ଲକ ର କୁନି ବେହେରା, ଭେଜିପୁଟ, ରଶ୍ମିତା ଦଳାଇ, ଝୁମୁରି ଦଳାଇ ଲଙ୍ଗଳେଶ୍ୱର, ଅଶୋକା ନାହାକ, ରଚନା ନାହାକ, ରୁନୁ ନାହାକ, ଜ୍ୟୋଷ୍ଣାରାଣୀ ତରାଇ ପ୍ରତିମା ପଟ୍ଟନାୟକ – ମଥୁରା,ଲକ୍ଷ୍ମୀ ପ୍ରଧାନ, ରଞ୍ଜୁ ଗୌଡ଼ -ତୁଳସୀପୁର ର ମହିଳା ମାନେ ଫୁଲ ଚାଷ ବେଶ ପାଇଁ ଉପକୃତ ହୋଇଥିବା ଖଲ୍ଲିକୋଟ ବ୍ଲକ ର ସହକାରୀ କୃଷି ଉଦ୍ୟାନ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଙ୍କ ସୂତ୍ର ରୁ ପ୍ରକାଶ |

ବ୍ଲକ ର ଅଧିକ ମହିଳା ଙ୍କୁ ଏଭଳି ଫୁଲ ଚାଷ ସମେତ ବାଇଓ ଫ୍ଲାସ୍କ ମାଛ ଚାଷ, କୁକୁଡ଼ା ଓ ଅଣ୍ଡା ଚାଷ ଓ ଘରୋଇ ଉଦ୍ୟମ ରେ ମିଲେଟ ପ୍ରସ୍ତୁତ ଖାଦ୍ୟ ଓ ତାମିଲନାଡୁ ର ତିରିପୁର ଢାଞ୍ଚା ରେ ରେଡି ମେଡ଼ ପୋଷାକ ତିଆରି ଶିଳ୍ପ ସ୍ଥାପନ ସାଙ୍ଗକୁ ତୈଳ ଓ ଡାଲି ଜାତୀୟ ପଦାର୍ଥ ରୁ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ମିଶନ ଶକ୍ତି ବିଭାଗ ଉଦ୍ୟମ କରିବା ପାଇଁ ମହିଳା ଗୋଷ୍ଠୀ ମାନଙ୍କ ତରଫରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
