କୋଦଳା
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମଠସରସିଂ ପଂଚାୟତ ଅନ୍ତର୍ଗତ ବାଦର୍ଖପଲ୍ଲୀରେ ଶୁକ୍ରବାର ଦିନ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀ ଶ୍ରୀ ଚୈତନ୍ୟ ଠାକୁର ଯୁବନାଟ୍ୟ ସଂସଦ ଆନୁକୂଲ୍ୟରେ ମଞ୍ଚସ୍ଥ ପୌରାଣିକ ନାଟକ” ସତୀ ଲୁହରେ ଜଳୁଛି ଲଙ୍କା ” କୁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡି ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କୋଦଳା ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଯୋଗଦେଇ ଥିଲେ । ସାମ୍ନାନିତ ଅତିଥି ଭାବେ ମଣ୍ଡଳ ସଭାପତି ରାଜେନ୍ଦ୍ର ଭୂୟାଁ, ରତନ ବିଷୋୟୀ, ସରପଞ୍ଚ ସନ୍ତୋଷ କୁମାର ସ୍ୱାଇଁ, ପ୍ରତିମା ପାଢ଼ୀ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସନ୍ତୋଷ ବେହେରା, ସମିତି ସଭ୍ୟ ବ୍ରଜ ସୁନ୍ଦର ସାହୁ ସ୍ଥାନୀୟ ସମିତି ସଭ୍ୟା ପ୍ରତିନିଧି ଝଡିଆ ସ୍ୱାଇଁ । ନାଟ୍ୟ ମ୍ୟାନେଜର ରଞ୍ଜନ ସ୍ୱାଇଁ , ମୁଖ୍ୟ ପରିଚାଳକ ରମାକାନ୍ତ ସ୍ୱାଇଁ, ଅଧିକାରୀ ଲିପୁନ ସ୍ୱାଇଁ , ଗ୍ରାମ୍ୟ କମିଟି ବୃନ୍ଦ ଯୋଗଦେଇ ଥିଲେ । ଉପସ୍ଥିତ ଅତିଥି ମାନେ କଳାକାର ଙ୍କୁ ଧନ୍ୟବାଦ ଦେଇଥିଲେ । ନାଟକରେ ରାବଣ ଚରିତ୍ରକୁ ପରିତ୍ୟାଗ କରି ରାମ ଚରିତ୍ର କୁ ଗ୍ରହଣ କରି ନିଜ କର୍ମ କ୍ଷେତ୍ରରେ ପ୍ରତିପାଦନ କରିବା ପାଇଁ କହିଥିଲେ ଅତିଥି । ଗ୍ରାମାଞ୍ଚଳରେ କଳାର ବିକାଶ ପାଇଁ ସହଯୋଗ କରିଥିବାରୁ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେଇଥିଲେ ଅତିଥି । ଏହି ନାଟକକୁ ବଳିଷ୍ଠ ନିର୍ଦେଶକ ସନାତନ ନାୟକ ନିର୍ଦେଶନା ଦେଇଥିବା ବେଳେ ବଳରାମ ପଲାଇ ମଞ୍ଚ ପରିଚାଳନା କରିଥିବା ବେଳେ ଯୁବକ ସଂଘ, ଗ୍ରାମବାସୀ ସହଯୋଗ କରିଥିଲେ ।
