ହିଞ୍ଜିଳିକାଟୁ:- ଓଡିଶୀ ନୃତ୍ୟଶିଳ୍ପୀରୁ ଚଳଚ୍ଚିତ୍ର ଅଭିନେତ୍ରୀ,ଚର୍ଚ୍ଚାରେ କାଜଲ I ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ନୃତ୍ୟମ ଅନୁଷ୍ଠାନର ଛାତ୍ରୀ କାଜଲ ବେହେରା ,ନିଜର କଳାର ସାଧନାରେ ସୃଷ୍ଟି କରିପାରିଛନ୍ତି ନୂଆ ପରିଚୟ I ନୃତ୍ୟ ଓ ସାଧନା ବଳରେ ଛୋଟ ବେଳୁ ନୃତ୍ୟ ପ୍ରତି ରୁଚି ରଖିଥିବା କାଜଲ ଆଜି ଅନେକ ସଫଳତା ସାଉଁଟି ପାରିଛନ୍ତି I ଓଡିଶୀ ନୃତ୍ୟପ୍ରତି ନିଜର ସାଧନା କାଜଲଙ୍କୁ ସଫଳତା ଆଡକୁ ଟାଣି ନେଇଛି I

ଓଡିଶାର କେବଳ ଓଡିଶୀ ନୁହେଁ କଠଉ ନୃତ୍ୟ ଭଳି ପାଦରେ କାଠ ବାନ୍ଧି ଏକ ଭିନ୍ନ ଧରଣର ନୃତ୍ୟ କରି ସେ ଚର୍ଚାକୁ ଆସିପାରିଛନ୍ତି I ସେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନେକ ଥର ନୃତ୍ୟ ପରିଦର୍ଶନ କରି ଅନେକ ପୁରସ୍କାର ହାତେଇଛନ୍ତି I କେବଳ ନୃତ୍ୟ ନୁହେଁ ଅଭିନୟ କ୍ଷେତ୍ରରେ ମଧ୍ୟ ସେ ନିଜର ଚମକ ଅନେକ ଚଳଚ୍ଚିତ୍ରରେ ଦେଖେଇସାରିଛନ୍ତି I ଜୀବନରେ ପ୍ରଥମ ଚଳଚିତ୍ର ଉପହାରରେ ଅଭିନୟ କରି ଅନ୍ତର୍ଜାତୀୟ ସ୍ତରରେ ସେ ଭଲ କଳାକାର ଭାବେ ସମ୍ମାନିତ ହୋଇଥିଲେ I ପରେ ପରେ ଅଶ୍ଵବର୍ଣ୍ଣ, ଅନିକ,ଅଦମ୍ୟ ଭଳି ବଡ ସିନେମାରେ କାମ କରି ନିଜର ଅଭିନୟର ଝଲକ ଦେଖାଇଥିଲେ I ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବରିଷ୍ଠ ଅଭିନେତା ଚୋୖଧୁରୀ ଜୟପ୍ରକାଶ ଦାସଙ୍କ ସହ ଅଦମ୍ୟ ଚଳଚ୍ଚିତ୍ରରେ ଅଭିନୟ କରି ସିନେମା ହଲରେ ନିଜର ପାରଦର୍ଶିତା ଦେଖାଇଥିଲେ I.

ଗୋଟେ ପାର୍ଶ୍ୱରେ ପାଠ ପଢା ଅନ୍ୟପାର୍ଶ୍ୱରେ ଅଭିନୟ ଆଉ ନୃତ୍ୟ ନିଷ୍ଠପରତା,ନୀରବତା ଏବଂ ଧର୍ଯ୍ୟ ହିଁ କାଜଲଙ୍କ କଳାକ୍ଷେତ୍ରରେ ସଫଳତା ଆଣିଦେଇଛି I ନୃତ୍ୟମର ନିର୍ଦ୍ଦେଶକ ଗୁରୁ କୃଷ୍ଣ ଡିକେଙ୍କ ମାର୍ଗଦର୍ଶନରେ ଆଜି ପର୍ଯ୍ୟନ୍ତ ସଫଳତା ସାଉଁଟି ପାରିଛନ୍ତି ,ଯାହା ନୃତ୍ୟମ ଅନୁଷ୍ଠାନ ପାଇଁ ସମ୍ଭବ ହୋଇପାରିଛି I
