You are currently viewing ବେଗୁନିଆପଡ଼ାର ଅନ୍ୟତମ ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମର୍ଡନ ଇଂଲିଶ୍ ମିଡିଅମ ସ୍କୁଲର ୨୦ ତମ ବାର୍ଷିକ ଉତ୍ସବ
ବେଗୁନିଆପଡ଼ାର ଅନ୍ୟତମ ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମର୍ଡନ ଇଂଲିଶ୍ ମିଡିଅମ ସ୍କୁଲର ୨୦ ତମ ବାର୍ଷିକ ଉତ୍ସବ

କୋଦଳା
ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ପାହାନକଂ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ବିଜେଡି ନେତା ପ୍ରମୋଦ କୁମାର ପଣ୍ଡା ଯୋଗ ଦେଇ ବିଦ୍ଯାଳୟର ଦୀର୍ଘ ବର୍ଷର ଯାତ୍ରା ଓ ସଫଳତାକୁ ନେଇ ପ୍ରଶଂସା କରିଥିଲେ।ବିଦ୍ଯାଳୟର ପ୍ରତିଷ୍ଠାତା ଏମ୍ ସଞ୍ଜୀବ ରାଓଙ୍କ ତତ୍ବାବଧାନରେ ଅନୁଷ୍ଠିତ
ଉତ୍ସବରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସରକାରୀ ଶିକ୍ଷକ ପ୍ରଭାତ କୁମାର ମିଶ୍ର ଯୋଗ ଦେଇ ଶିଶୁମାନଙ୍କ ଭବିଷ୍ୟତ ଗଠନ ପାଇଁ ପ୍ରାଥମିକ ଶିକ୍ଷାସ୍ତରରୁ ହିଁ ଅଭିଭାବକମାନଙ୍କୁ ଶିଶୁ ପାଇଁ ଲକ୍ଷ ସ୍ଥିର କରି ତାହାର ଶିକ୍ଷା ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ଇଂରାଜୀ ମାଧ୍ୟମରେ ପିଲାମାନଙ୍କୁ ପଢାଇବା ପାଇଁ ହେଲେ ଛାତ୍ରଛାତ୍ରୀମାନଙ୍କ ସହ ସେମାନଙ୍କ ଅଭିଭାବକ ମାନେ ବିଶେଷ ଭାବେ ଧ୍ଯାନ ଦେବାକୁ ହେବ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ବେଗୁନିଆପଡ଼ା ବ୍ଳକ ଅଧ୍ଯକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ପୂର୍ବତନ ମର୍ଦ୍ଦକୋଟ ସରପଞ୍ଚ ସିମାଞ୍ଚଳ ସାମଲ, ଯୋଗଦେଇ ବେଗୁନିଆପଡ଼ା ର ସର୍ବ ପୁରାତନ ଏହି ଇଂଲିଶ୍ ମିଡିଅମ ସ୍କୁଲର ସଫଳତା ସମ୍ପର୍କରେ ଆଲୋକପାତ କରିବା ସହିତ ସ୍କୁଲର ଉତ୍ତୋରାତ୍ତର ଉର୍ନ୍ନତି କାମନା କରିଛନ୍ତି ।ଅନ୍ଯ ମାନଙ୍କ ମଧ୍ୟରେ ବେଗୁନିଆପଡ଼ାର ସମାଜସେବୀ ତଥା ଶିକ୍ଷାବିତ୍ ଏମ୍ ରାଜେଶ୍ୱର ରାଓଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ଏମ୍ ପ୍ରଭା ରାଓ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଏହି ଅବସରରେ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ପରିସରରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଯାହାକୁ ବେଶ୍ ଉପଭୋଗ କରିଥିଲେ ଅଭିଭାବକ।