ଗଞ୍ଜାମ ଲାଞ୍ଜିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆମ୍ବଗଡ଼ ସେବା ସମବାୟ ସମିତିର ସଭାପତି ତଥା ଲାଞ୍ଜିଆ ସମିତି ସଭ୍ୟ କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥି ଭାବେ ଓ ସିଆରସିସି ଦୁଷ୍ମନ୍ତ କୁମାର ପଟ୍ଟନାୟକ ମୁଖ୍ୟ ବକ୍ତା ଏବଂ, ବିଦ୍ୟାଳୟର ସଭାପତି ଦାମୋଦର ପୂଜାରୀ , ଉପାଧ୍ୟକ୍ଷା କବିତା ଗୌଡ଼ , କୈଳାସ ଗୌଡ଼ , ନରେନ୍ଦ୍ର ଗୌଡ଼ , ରାଜେନ୍ଦ୍ର କୁମାର ଗୌଡ଼ , ରଜନୀ ଗୌଡ଼ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି କାହ୍ନୁ ଚରଣ ପାତ୍ର ସମସ୍ତ ସମ୍ମାନନୀୟ ଅତିଥିଙ୍କ ସହ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

କୁନି କୁନି ଛାତ୍ରଛାତ୍ରୀ ମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଅତି ସୁନ୍ଦର ଭାବେ ସ୍ୱାଗତ ସଂଗୀତ ଗାନ କରିଥିଲେ । ବିଦ୍ୟାଳୟ ର ଶିକ୍ଷୟତ୍ରୀ ରୁଚିଶ୍ରୀ ଦେବୀ ଓ ଝୁନୁ ଗୌଡ଼ ମଞ୍ଚ ସାଜସଜ୍ଜା କରିଥିଲେ । ଶିକ୍ଷୟତ୍ରୀ ରଞ୍ଜିତା ପ୍ରଧାନ ମଞ୍ଚ ପରିଚାଳନା କରି ଅଥିତି ମାନଙ୍କୁ ପିଲାଙ୍କ ଦ୍ୱାରା ସମ୍ନlନୀତ କରାଇ ଥିଲେ ।

ଏଥିରେ ଶିକ୍ଷୟତ୍ରୀ ସରସ୍ଵତୀ ସାବତ ସହଯୋଗ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନମିତା ମହାରଣା କାର୍ଯ୍ୟକ୍ରମରେ ସଭାପତିତ୍ବ କରିବା ସହିତ ବାର୍ଷିକ ବିବରଣୀ ପାଠ କରି ଥିଲେ । ଶିଶୁ ମାନଙ୍କ ଦ୍ଵାରା ଲେଖା ସ୍କୁଲ ମାଗାଜିନ ଉନ୍ମୋଚନ କରିବା ସହିତ ମୁଖ୍ୟ ଅତିଥି ଶ୍ରୀ ପାତ୍ର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବାର୍ଷିକ ଉତ୍ସବରଉ ଉଦ୍ଦେଶ୍ୟ ଓ ସମସ୍ତ ଛାତ୍ରୀଛାତ୍ର ମାନଙ୍କୁ ଜୀବନରେ ଗୋଟିଏ ଭଲ ମଣିଷ ହେବା ସହିତ ଭବିଷ୍ୟତରେ ନିଜ ଗୋଡ଼ରେ ନିଜେ କିପରି ଠିଆ ହୋଇପାରିବ ,

ସେହି ବିଷୟରେ ଉପଦେଶ ଦେଇଥିଲେ । ଶିଶୁ ସେବିକା ବନିତା ଗୌଡ଼ଙ୍କ ତତ୍ତ୍ୱାବଧାନରେ କୁନି କୁନି ଛାତ୍ରଛାତ୍ରୀ ମାନେ ଅତି ସୁନ୍ଦରଭାବେ ନୃତ୍ୟ ପରିବେଷଣ କରିଥିଲେ । ଅତିଥି ମାନଙ୍କ ଦ୍ୱାରା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ପିଲାମାନେ ଶିଖିଥିବା ନୃତ୍ୟ ପରିବେଷଣ କରି ଥିଲେ

ବିଦ୍ୟାଳୟର ଶିକ୍ଷୟତ୍ରୀ ନମିତା ପଟ୍ଟନାୟକ ଓ ରଶ୍ମିତା ମହାଙ୍କୁଡ଼ ଏବଂ ପରିଚାଳନା କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନା କରିବା ସହିତ ବିଦ୍ୟାଳୟ ପାଚିକା ମାନେ ଖାଦ୍ୟ ପରିବେଷଣ ଦାୟିତ୍ୱ ନେଇଥିଲେ । ଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ରଞ୍ଜୁଲତା ପଟ୍ଟନାୟକ ଓ ଶିକ୍ଷକ ଗୌତମ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନା କରିଥିଲେ


