ସ୍ଥାନୀୟ ରାଉତ ପେଣ୍ଠ ସାହି ଶ୍ରୀ ଶ୍ରୀ ଶ୍ରୀ ରଘୁନାଥ ମନ୍ଦିରରେ ପ୍ରତେକ ବର୍ଷ ପରି ଏହି ବର୍ଷରେ ମଧ୍ୟ ପବିତ୍ର ମାଘ ମାସ ପୂର୍ଣ୍ଣିମା ତିଥିରେ ନାମ ସଂକୀର୍ତ୍ତନର ଆୟୋଜନ ମନ୍ଦିର କମିଟି ତରଫରୁ ହେଉଅଛି ଗତ କରି ସନ୍ଧ୍ୟା ରେ ବିଭିନ୍ନ ରଙ୍ଗବିରଙ୍ଗ ଲାଇଟ ଦ୍ଵାରା ମନ୍ଦିର ଓ ସାହିକୁ ସାଜସଜ୍ଜା କରାଯାଇ ରାତ୍ର ୮ଘଣ୍ଟ ସମୟରେ ବିଭିନ୍ନ ପୂଜା ସାମଗ୍ରୀ ଦ୍ଵାରା ଠାକୁରଙ୍କ ପୂଜାର୍ଚ୍ଚନା କରାଯାଇ ନାମ ସଂକୀର୍ତ୍ତନର ଅଧିବାସ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ଆଜି ରବିବାର ସକାଳ ୬ ଘଣ୍ଟ ଠାରୁ ବହୁ ଭକ୍ତ ଙ୍କ ସମାଗମ ରେ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମ ଆରମ୍ବ ହୋଇଥିଲା ଏଥିରେ ଅଂଚଳରୁ ନାମ ସଂକୀର୍ତ୍ତନ ଦଳ କୁ ନିମନ୍ତ୍ରଣ କରି ଅଷ୍ଟପ୍ରହରୀ କାର୍ଯ୍ୟକ୍ରମ କରାଯାଇଥିଲା ଏହି ସଂକୀର୍ତ୍ତନ ରେ ୪ଦଳର ଭକ୍ତମାନେ ଯୋଗଦାନ କରିଥୂଲେ ଯଥା ସାନ ବିଶ୍ଵନାଥପୁର,
ଝାଟି ପଦର,ହୁରୁଡଙ୍ଗ,ମୈସାନୀ ପେଣ୍ଟ ଆଜି ଏହି ମନ୍ଦିରରେ ନାମଯଜ୍ଞ ସହ କମିଟି ତରଫରୁ ଅନ୍ନ ଯଜ୍ଞର ମଧ୍ୟ ଆୟୋଜନ କରାଯାଇ ଅଛି ବହୁ ଅଞ୍ଚଳ ରୁ ଭକ୍ତ ମାନେ ଆସି ପ୍ରସାଦ ସେବନ କରିଛନ୍ତି
