You are currently viewing ଧଳା ଜହର ବେପାରୀ ସହ ୧ କାର ଓ ୪ ଗିରଫ
ଧଳା ଜହର ବେପାରୀ ସହ ୧ କାର ଓ ୪ ଗିରଫ

ଖୋର୍ଦ୍ଧା ୧୦. ୪୬ ଗ୍ରାମ ଧଳା ଜହର ସହ କାର ଜବତ, ୪ ଗିରଫ. ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମା ଙ୍କ ନିର୍ଦେଶରେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷ୍ୟକ ସଞ୍ଜୟ ପଟ୍ଟନାୟକ ଙ୍କ ତତ୍ୱାବଧାନରେ ନାଚୁଣୀ ଆଇ ଆଇ ସି ବିଭୁତି ଭୂଷଣ ମହାପାତ୍ର ଙ୍କ ନେତୃତ୍ୱରେ ନାଚୁଣୀ ଥାନା ଏସ ଆଇ ମୋଚିରାମ ଜାଲ୍ଲୀ, ଏ ଏସ ଆଇ ଗଙ୍ଗାଧର ହେମରମ ଙ୍କ ସହିତ କନେଷ୍ଟବଳ ଅରୁଣ ପୁରୀ ଓ ପୂର୍ଣ୍ଣ ଚନ୍ଦ୍ର ବେହେରା, ପ୍ରସନ୍ନ ନାଏକ ଙ୍କୁ ନେଇ
ନାଚୁଣୀ ଥାନା ୧୬ ନଂ ଜାତୀୟ ରାଜପଥ କୟଥପଲ୍ଲା ଛକରେ ଧଳାଜହର କାରବାର ସମୟରେ ୪ ଜଣଙ୍କୁ ଗିରଫ କରିବାସହ ସେମାନଙ୍କ ଠାରୁ ୧୦. ୪୬ ଗ୍ରାମ ବ୍ରାଉନ ସୁଗାର ସମେତ ଏକ ଅଲ୍ଟୋ କାର ଜବତ କରିଛି ନାଚୁଣୀ ପୋଲିସ | ଗତକାଲି ସନ୍ଧ୍ୟାରେ ଏକ ବିଶେଷ ସୂତ୍ରରୁ ଖବର ପାଇ ୧୬ ନଂ ଜାତୀୟ ରାଜପଥ କୟଥପଲ୍ଲା ଛକରେ ଧଳା ଜହର କାରବାର କରିବାପାଇଁ ଅଟକିଥିବା 4 ଜଣ ଯୁବଙ୍କୁ ମାଡ଼ିବସିଥିଲା ନାଚୁଣୀ ପୋଲିସ,୩ ଜଣ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧାର ଅଭିଯୁକ୍ତ ଯୁବକ ବୋଲି ସୂଚନା ଦେଇଛନ୍ତି ନୂତନ ଥାନା ଅଧିକାରୀ ବିଭୁତି ଭୂଷଣ ମହାପାତ୍ର | ଆଜି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।