You are currently viewing ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କଲେବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କଲେବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ

ପୁରୀ,୧୮/୫- ସୋମବାର ଅପରାହ୍ନରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ପୁରୀଜିଲ୍ଲା ବିଜେପି ପକ୍ଷରୁ ସିଂହଦ୍ଵାର ଠାରେ ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ପାଦ ପ୍ରକ୍ଷାଳନରେ ପାଦ ଧୋଇବା ପରେ ଅରୁଣସ୍ତମ୍ଭ ଠାରେ ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ । ପରେ ବାଇଶିପାହାଚ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ସେଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ମା ବିମଳା ଓ ମା ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ । ମା କମଳା ଓ ଗଣେଶଙ୍କ ସମେତ ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ ।

ଶ୍ରୀମନ୍ଦିରରୁ ଫେରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ଜଗତର ମଙ୍ଗଳ କାମନା କରିଥାନ୍ତି । ସେ ଚଳନ୍ତି ଠାକୁର । ମହାପ୍ରଭୁଙ୍କ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ଭାଗ୍ଯରେ ଥିଲେ ମିଳେ ଓ ଏହାସହ ଦେଶବାସୀଙ୍କ ମଙ୍ଗଳ କାମନା କରିଥିଲେ । ପରେ ସାଂସଦଙ୍କ ବାସଗୃହ କୁ ଯାଇ ସେଠାରେ ମହାପ୍ରସାଦ ସେବନ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ଆଇନମନ୍ତ୍ରୀ ପୃଥୀବିରାଜ ହରିଚନ୍ଦନ, ସାଂସଦ ଡ.ସମ୍ୱିତ ପାତ୍ର, ପୁରୀ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ,ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ସତ୍ଯବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ,ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ, ଭବାନି ଦାସମହାପାତ୍ର, ବରିଷ୍ଠ ବିଜେପି ନେତା ରବି ଦାଶ ଓ ପୁରୀଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ନାଥ ତରାଇ ପ୍ରମୁଖ ସାଥିରେ ରହି ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ । ପ୍ରୋଟୋକଲ ସହାୟତାରେ ଯିବା ସହ ପୋଲିସ ପକ୍ଷରୁ କଡାକଡି ବ୍ଯବସ୍ଥା କରାଯାଇଥିଲା ।