You are currently viewing କଳବାଡ଼ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଶିବିର ଓ ଏସ ଆଈ ଆର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
କଳବାଡ଼ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଶିବିର ଓ ଏସ ଆଈ ଆର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିକିଟୀ — ଏହି ବ୍ଲକ କଳବାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଅଭିଯୋଗ ଶିବିର ଓ ଏସ ଆଈ ଆର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାର, ଚିକିଟୀ ତହସିଲଦାର ବିଶ୍ୱ ରଞ୍ଜନ କହଁର, ବିଡ଼ିଓ ବିବେକାନନ୍ଦ ମିଶ୍ର, ଏବିଡ଼ିଓ ଚକ୍ରଧର ପ୍ରଧାନ, ସିଡିପିଓ ଭି. ମଣିମାଳା, ସ୍ଥାନୀୟ ସରପଞ୍ଚ ମିନତୀ ପଣ୍ଡା ପ୍ରମୁଖ ଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଓ ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବି ଏଲ୍ ଓ ମାନଙ୍କ ଦ୍ଵାରା ଘର କୁ ଘର ବୁଲି ପରିଦର୍ଶନ କରିବା ଏକ ରାଲିରେ ବାହାରି କଳବାଡ଼ ଗ୍ରାମରେ ଘରକୁ ଘର ବୁଲି ଏସ ଆଈ ଆର କାର୍ଯ୍ୟକ୍ରମ ରେ ଜନସହଭାଗିତା ନିମନ୍ତେ ସାଧାରଣ ଜନତା ମାନଙ୍କୁ ସକ୍ରିୟ ଅଂଶ ଗ୍ରହଣ କରିବା ଲାଗି ଉତ୍ସାହିତ କରିଥିଲେ। ଏହାପରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ଜନଶୁଣାଣି ଅଭିଯୋଗ ଶିବିର ରେ ଯୋଗଦେଇ ଅଭିଯୋଗ ଶୁଣିଥିଲେ। ଉକ୍ତ ଶିବିରରେ ମୋଟ ୧୩ ଗୋଟି ଅଭିଯୋଗ ର ଶୁଣାଣି ହୋଇଥିବା ବେଳେ ଏହାର ତୁରନ୍ତ ସମାଧାନ ଲାଗି ଉପ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ। ପିଇଓ ବିଷ୍ଣୁ ପ୍ରସାଦ ପାଢ଼ୀ ଶିବିର କୁ ପରିଚାଳନା କରିଥିବା ବେଳେ ପ୍ରାୟ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଟି ସଫଳ ରୂପାୟନ ହୋଇପାରିଥିଲା।