ପୁରୁଷୋତ୍ତମପୁର, ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପପୁର ଗ୍ରାମର ଯୁବପିଢ଼ି ନିଜର କଳାପ୍ରତିଭା, ନିଷ୍ଠା ଓ ସାଂସ୍କୃତିକ ଚେତନାର ଅନନ୍ୟ ପରିଚୟ ଦେଇଛନ୍ତି। ମାତ୍ର ଏକ ମାସ ମଧ୍ୟରେ ପରପରି ଦୁଇଟି ସାମାଜିକ ନାଟକ ମଞ୍ଚସ୍ଥ କରି ସେମାନେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିବା ସହ ପ୍ରଶଂସା ସାଉଁଟିଛନ୍ତି।
ପ୍ରଥମେ “ମଝି ନଈରେ ମୋ ଜୀବନ ଡଙ୍ଗା” ଏବଂ ପରେ “ମିଛ ସଂସାର” ନାଟକର ସଫଳ ମଞ୍ଚସ୍ଥାପନା ପ୍ରତାପପୁରର ସାଂସ୍କୃତିକ ଐତିହ୍ୟକୁ ଆହୁରି ସମୃଦ୍ଧ କରିଛି। ସାମାଜିକ ବାସ୍ତବତା, ମାନବୀୟ ମୂଲ୍ୟବୋଧ ଓ ସଚେତନତାର ବାର୍ତ୍ତାକୁ ନେଇ ପ୍ରସ୍ତୁତ ଏହି ଦୁଇଟି ନାଟକ ଦର୍ଶକମାନଙ୍କ ହୃଦୟକୁ ସ୍ପର୍ଶ କରିଥିଲା।
ଏହାକୁ ଉଦଘାଟନ କରିଥିଲେ ବ୍ଳକ ଅଧକ୍ଷା ପିଙ୍କି ବେହେରା ଓ ଆତ୍ମାର ଅଧକ୍ଷ ଅରୁଣ କୁମାର ପଣ୍ଡା ଅନ୍ୟନ୍ୟ ଅତିଥି ମାନେ ହେଲେ | ସମାଜ ସେଵୀ ଜଗତ ବନ୍ଧୁ ପଣ୍ଡା,ସୁନାଥର ସରପଞ୍ଚ ଅନିଲ ନାହାକ, ପ୍ରତାପୁର ସରପଞ୍ଚ ଦାଶ ବେହେରା, ଆତ୍ମାର ସଦସ୍ୟ ଗୁରୁମୂର୍ତ୍ତି ରେଡି, ପୂର୍ବତନ ହାଣ୍ଡିଘର ସରପଞ୍ଚ ବିପିନ ମହାପାତ୍ର, କଂଗ୍ରେସ ନେତା ଅବନୀ ଶତପଥି, ତାପସ ବେହେରା, ରାଜେଶ ପଣ୍ଡା ଏହାର ସଂଯୋଜନା ଓ ମେନେଜର ସୁଦର୍ଶନ ନାୟକ ରହିଥିଲା ବେଳେ ଅଧିକାରୀ ଥିଲେ ଅଭିମନ୍ୟୁ ବେହେରା ଓ କୋଷାଧକ୍ଷ ଥିଲେ ସନ୍ତୋଷ ମହାପାତ୍ର, ସହ ସଂଯୋଜନା କରିଥିଲେ ଆଇନ ଯିବି ତଥା ସେବାୟତ ଗୌରୀ ଶଙ୍କର ରାଉଳ , ତପନ ରାଉଳ, ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଯୁବ ଗୋଷ୍ଠୀ, ଗ୍ରାମବାସୀ ଓକିଛି ବଦାନ୍ୟ ବ୍ୟକ୍ତି |
ବିଶେଷକରି “ମିଛ ସଂସାର” ନାଟକଟି ମାତ୍ର ୧୦–୧୨ ଦିନର ସ୍ୱଳ୍ପ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଥିଲେ ମଧ୍ୟ ନବୀନ କଳାକାରମାନଙ୍କ ଅକ୍ଳାନ୍ତ ପରିଶ୍ରମ, ନିୟମିତ ଅଭ୍ୟାସ ଓ ସମର୍ପଣ ଯୋଗୁଁ ସଫଳତାର ସହ ମଞ୍ଚସ୍ଥ ହୋଇଥିଲା।
ଏହି ସଫଳତାର ମୁଖ୍ୟ କାରିଗର ହେଉଛନ୍ତି ଗ୍ରାମର ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ଟିଲୁ ମହାପାତ୍ର। ତାଙ୍କର ସୁଦକ୍ଷ ନିର୍ଦ୍ଦେଶନା, ଶୃଙ୍ଖଳା ବୋଧ ଓ କଳାପ୍ରତି ଅଗାଧ ନିଷ୍ଠା ନବୀନ କଳାକାର ମାନଙ୍କୁ ପ୍ରେରଣା ଯୋଗାଇଛି।
ଏହି ମହତ୍ତ୍ୱପୂର୍ଣ୍ଣ ସାଂସ୍କୃତିକ ଆୟୋଜନକୁ ସଫଳ କରିବାରେ ମ୍ୟାନେଜର ଶ୍ରୀ ସୁଦର୍ଶନ ନାୟକ, ଅଧିକାରୀ ଶ୍ରୀ ଅଭିମନ୍ୟୁ ବେହେରା, କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ ମହାପାତ୍ର ଏବଂ ରାଉଳ କୂଳର ସଭାପତି ଶ୍ରୀ ଗୌରୀ ଶଙ୍କର ରାଉଳଙ୍କ ନିଷ୍ଠାପୂର୍ଣ୍ଣ ସହଯୋଗ ଓ ଅମୂଲ୍ୟ ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ ରହିଛି।
ନାଟକରେ ଅଭିନୟ କରିଥିବା କଳାକାରମାନେ— କାଳିଆ ବେହେରା, ମଙ୍ଗୁଳୁ ରାଉଳ, ନାରାୟଣ ରାଉଳ, ନାରାୟଣ ମହାପାତ୍ର, ତୋଫାନ ସାହୁ, ସମୀର ରାଉଳ, ଶୁଭମ ରାଉଳ, ନିରଞ୍ଜନ ରାଉଳ, ପ୍ରକାଶ ବେହେରା, ବିଶ୍ୱରଞ୍ଜନ ପଣ୍ଡା, ଗାଣ୍ଡୁ ରାଉଳ, ସନ୍ତୋଷ ରାଉଳ, ଗଣେଶ ବେହେରା, ବାପି ରାଉଳ, ଗୌରହରି ରାଉଳ ଓ ରବି ବେହେରା— ନିଜ ନିଜ ଚରିତ୍ରକୁ ଜୀବନ୍ତ ଭାବେ ଉପସ୍ଥାପନ କରି ଦର୍ଶକଙ୍କ ହୃଦୟ ଜିତିଥିଲେ।
ଏହି ସଫଳତା ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସହଯୋଗ କରିଥିବା ସମସ୍ତ ଗ୍ରାମବାସୀ, ଶୁଭେଚ୍ଛୁ, ଦର୍ଶକବୃନ୍ଦ ଓ କଳାପ୍ରେମୀଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ଜ୍ଞାପନ କରାଯାଇଛି।
ପରମ ଆରାଧ୍ୟ ବାବା ତୁମ୍ବେଶ୍ୱର ମହାଦେବଙ୍କ ଆଶୀର୍ବାଦରେ ପ୍ରତାପପୁରର ଏହି ସାଂସ୍କୃତିକ ଯାତ୍ରା ଆଗାମୀ ଦିନରେ ଆହୁରି ଉଜ୍ଜ୍ୱଳ ହୋଇ ଗ୍ରାମର ଗୌରବ ବୃଦ୍ଧି କରୁ— ଏହା ସମସ୍ତଙ୍କ କାମନା।

